ଦଶହରା ଅବସରରେ ପାଇକ କ୍ରୀଡ଼ା

ହିନ୍ଦୋଳ : ଦଶହରାରେ ପାଇକ କ୍ରୀଡ଼ା । ବୀର ପାଇକ ପୁଅଙ୍କ ରଣ କୌଶଳ ପ୍ରଦର୍ଶନ । ବଜାୟ ରହିଛି ରାଜ ରାଜୁଡ଼ା ଅମଳର ପରମ୍ପରା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଗଡ଼ଜାତ ଅଂଚଳର ଦୃଶ୍ୟ । ଦଶହରା ଅବସରରେ ବୀର ପାଇକ ପୁଅ ଦେଖାଇଛନ୍ତି ରଣ କୌଶଳ । ବାଡ଼ି ଖେଳ, ଖଣ୍ଡା ଖେଳ ସହ ଶଗଡ଼ ଚକାରେ ଖେଳ, ମୁଣ୍ଡରେ ନଡ଼ିଆ ଫଟେଇବା, ଛାତିରେ ପଥର ଭାଙ୍ଗିବା ସହ ନିଆଁ ଖେଳ ଭଳି ଅନେକ ବିପଦପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଛନ୍ତି ଆଜିର ପାଇକ ପୁଅ । ହିନ୍ଦୋଳ ଗଡ଼ଜାତ ଅଂଚଳର ଗାଁ ମାନଙ୍କରେ ଦେଖିବାକୁ ମିଳେ ଏହି କ୍ରୀଡ଼ା । ବୀର ପାଇକ ପୁଅ ମାନେ ଏହି ଖେଳ ମାଧ୍ୟମରେ ତାଙ୍କର ବୀରତ୍ବର ପରିଚୟ ଦେଇଥାନ୍ତି।
ଦୁଦୁରକୋଟ ଗାଁ ଗଜତଜନନୀ ପାଇକ ସଂଘ ପକ୍ଷରୁ ପାଇକ କ୍ରୀଡ଼ା ଅନୁଷ୍ଠିତ ହୋଇଛି । ଇଷ୍ଟ ଦେବୀ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ଗାଁରେ ଏହି ବୀର ପାଇକଙ୍କ ଦ୍ବାରା ବିଭିନ୍ନ ପ୍ରକାର ରଣକୌଶଳ ପ୍ରଦର୍ଶନ କରାଯାଇଥାଏ। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଶହ ଶହ ଲୋକେ ଏକାଠି ହୋଇଥାନ୍ତି। ସରକାର ଏହାକୁ କେବଳ କ୍ରୀଡା ଭାବେ ମାନ୍ୟତା ଦେଇଛନ୍ତି। ହେଲେ କୌଣସି ଆର୍ଥିକ ପ୍ରୋତ୍ସାହନ ମିଳୁନଥିବାରୁ ପାଇକଙ୍କ ଭିତରୋ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇଲେ ଏହି କ୍ରୀଡ଼ାର ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।