ପାର୍ବଣରେ ମହଙ୍ଗା ମାଡ… ଆକାଶଛୁଆଁ ଦରଦାମ… ହାଣ୍ଡିଶାଳରୁ ପରିବା ଗାଏବ

ନନ୍ଦିଘୋଷ ବ୍ୟୁରୋ : ପାର୍ବଣରେ ମହଙ୍ଗା ମାଡ । ଆକାଶ ଛୁଆଁ ଦରଦାମ । ୫ ଶହ ଟଙ୍କାରେ ପୁରୁନି ବ୍ୟାଗ । ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର, କୋଣାର୍କ, କୁଣ୍ଢେଇ, ନୟାହାଟ, କୋଣାର୍କ ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟି ।

ପୂଜା ବଜାରରେ ମହଙ୍ଗା ମାଡ । ଆକାଶଛୁଆଁ ଦରଦାମ । ହାଣ୍ଡିଶାଳରୁ ପରିବା ଗାଏବ । ବିଗିଡିଲାଣି ମାସିକିଆ ବଜେଟ । ଦଶହରାରେ ଖାଉଟି କଲବଲ । ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର, କୋଣାର୍କ, କୁଣ୍ଢେଇ, ନୟାହାଟ, କୋଣାର୍କ ଅଞ୍ଚଳରେ ପରିବାର ଚଢା ଦର ଖାଉଟିଙ୍କୁ ନୟାନ୍ତ କଲାଣି । ବାଇଗଣ କିଲୋ ୮୦ ରୁ ଶହେ ଟଙ୍କା ଥିବା ବେଳେ ଝୁଡଙ୍ଗ କିଲୋ ୮୦ ରୁ ୧୩୦ ରହିଛି । ସେହିପରି ପୋଟଳ ୮୦, କଲରା ୮୦, କାକୁଡି ୬୦, କଖାରୁ ଓ ଟମାଟୋ ଦର ୪୦ ରହିଛି । ଦରଦାମ ବୃଦ୍ଧି କାରଣରୁ ଚିନ୍ତାରେ ମଧ୍ୟବିତ ଶ୍ରେଣୀର ଲୋକେ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଅଞ୍ଚଳରେ ୭୦ ଟଙ୍କା ତଳେ ପରିବା ମିଳିବା କଷ୍ଟ ହୋଇପଡିଛି । ପରିବା ଦର ସହ ରାସନ ସାମଗ୍ରୀ ବି ହୁହୁ ହୋଇ ବଢୁଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢୁଥିବା ବେଳେ ଅଚାନକ ପରିବା ଦର ବୃଦ୍ଧି ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।