ଆମେରିକାକୁ ନେପାଳର ଝଟକା । ଏହି କାରଣ ପାଇଁ ୨୬ଟି ଆପକୁ ବ୍ୟାନ କରିଛି ନେପାଳ…

ନନ୍ଦିଘୋଷ ବ୍ୟୁରୋ: ଆମେରିକାକୁ ଝଟକା ଦେଇଛି ନେପାଳ। ଆଦେଶ ଅନୁପାଳନ କରିବାରେ ଖିଲାପ କରିବାରୁ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଏକ୍ସ’, ହ୍ବାଟ୍ସଆପ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେପାଳ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏସବୁ କମ୍ପାନୀ ମଧ୍ୟରୁ ଅଧିକାଂଶ ଆମେରିକୀୟ କମ୍ପାନୀ।
ସରକାରଙ୍କ ନିକଟରେ ପଞ୍ଜୀକରଣ କରିବା ଲାଗି ୭ ଦିନ ସମୟସୀମା ଦିଆଯାଇଥିବାବେଳେ ଏହି କମ୍ପାନୀଗୁଡ଼ିକ ତାହାକୁ ଅଣଦେଖା କରିଥିଲେ। ଯାହାଫଳରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଘରୋଇ ଏବଂ ବିଦେଶୀ ଅନଲାଇନ ପ୍ଲାଟଫର୍ମଗୁଡ଼ିକ ଦେଶରେ ସେବା ପ୍ରଦାନ କରିବା ପୂର୍ବରୁ ସରକାରଙ୍କ ନିକଟରେ ପଞ୍ଜୀକରଣ କରିବେ ଏବଂ ସରକାର ସେମାନଙ୍କ ବିଷୟବସ୍ତୁଗୁଡ଼ିକ ଉପରେ ନଜର ରଖିବେ ବୋଲି ନେପାଳ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ଆଧାର କରି ନେପାଳ ସରକାର ସମ୍ପୃକ୍ତ କମ୍ପାନୀଗୁଡ଼ିକୁ ନୋଟିସ ଜାରି କରିଥିଲେ। କିନ୍ତୁ ଉକ୍ତ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକରଣ କରାଇ ନ ଥିଲେ। ଯାହା ଫଳରେ ଏହି ଆପ ଗୁଡ଼ିକୁ ବ୍ୟାନ କରାଯାଇଛି ।