spot_img

Latest Posts

ମହିଳାଙ୍କୁ ସ୍ବାବଲମ୍ବୀ କରିଛି କୋଟପାଡ଼ ମିରିଗାନ କପଡ଼ା

ମହିଳାଙ୍କ ହାତରେ କଇଁଚି ଓ ସିଲେଇ ମେସିନ। ଚାଲିଛି ସିଲେଇ । ମାସ୍କ ଠାରୁ ଆରମ୍ଭ କରି ବ୍ୟାଗ, ବ୍ଲେଜର ଓ ଜ୍ୟାକେଟ, ଭଳିକି ଭଳି ଡିଜାଇନର ସାର୍ଟ । ଭ୍ୟାନିଟି ବ୍ୟାଗ ସହ ଭିନ୍ନ ଭିନ୍ନ କିଷମର ଉତ୍ପାଦ। କୋଟପାଡ଼ ମିରିଗାନ ବସ୍ତ୍ରରେ ପ୍ରସ୍ତୁତ ହେଉଛି ବର୍ଣ୍ଣିକା ବ୍ରାଣ୍ଡର ବିଭିନ୍ନ ପୋଷାକ । ଆଉ ଏସବୁ ତିଆରି କରୁଛନ୍ତି ମହିଳା । ଖୋଦ ଜୟପୁର ବ୍ଲକ ପ୍ରଶାସନ ଅଧିକରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ପ୍ରଶିକ୍ଷଣ ଦେବାକୁ ଉଦ୍ୟମ କରିଛି । ଏବେସୁଦ୍ଧା ୧୯ ପ୍ରକାର ଭେରାଇଟିର ମିରିଗାନ ବସ୍ତ୍ରରେ ପ୍ରସ୍ତୁତ କରାଯାଉଛି ପୋଷାକ । ମିରିଗାନ ବସ୍ତ୍ରର ସିଲେଇ ପ୍ରଶିକ୍ଷଣ ସହ ନିଜେ ସିଲେଇ କରୁଛନ୍ତି ।

ବ୍ରହ୍ମପୁରର ବୋମକେଇ ପାଟ ହେଉ କି ସମ୍ବଲପୁରୀ ବସ୍ତ୍ର। ଏବେ ଧୀରେ ଧୀରେ କୋଟପାଡ଼ ମିରିଗାନ୍‌ ବସ୍ତ୍ରର ଚାହିଦା ବଢିଚାଲିଛି । ଜାତୀୟ ସ୍ତରରେ ମିରିଗାନ ବସ୍ତ୍ରର ପ୍ରମୋଟ ସହ ଚାହିଦା ବଢେଇବାକୁ ଲକ୍ଷ୍ୟ ରଖାଯାଇଛି। ବର୍ଣ୍ଣିକା ତାଲିମ କେନ୍ଦ୍ରର ଉଦଘାଟନ କରିଛନ୍ତି ଜିଲ୍ଲାପାଳ। ଯୁବତୀ ଓ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବତନ୍ତ୍ର ଭାବେ ବର୍ଣ୍ଣିକା ଗୃହ ତଥା ବର୍ଣ୍ଣିକା ସିଲେଇ ତାଲିମ ଏବଂ ଗୋଷ୍ଟୀ ଉତ୍ପାଦନ କେନ୍ଦ୍ର ଖୋଲାଯାଇଥିବା ଜୟପୁର ବ୍ଲକ ବିଡିଓ ସୂଚନା ଦେଇଛନ୍ତି। ଶାଢ଼ୀରୁ ପ୍ରସ୍ତୁତ ଆକର୍ଷୀଣ ପୋଷାକ ରପ୍ତାନୀ କରି ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Latest Posts

Don't Miss