ଏଥର ଡିଜେ, ବାଣ ଓ ନିଶା ମୁକ୍ତ ପୂଜା: ଜଳିବନି ଲେଜର ଲାଇଟ, ହେବନି ଅଶ୍ଳୀଳ ନୃତ୍ୟ

1 min read

ଏଥର ଡିଜେ, ବାଣ ଓ ନିଶା ମୁକ୍ତ ପୂଜା । ଜଳିବନି ଲେଜର ଲାଇଟ, ଷ୍ଟେଜରେ ହେବନି ଅଶ୍ଳୀଳ ନୃତ୍ୟ । ମୁତୟନ ହେବେ ମହିଳା ପୋଲିସ, ସିସିଟିଭିରେ ଛାଉଣୀ ହେବ ମଣ୍ଡପ । ବଟି ମାଗିଲେ ବନ୍ଧାହେବେ ପୂଜା କମିଟି ସଦସ୍ୟ । ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ ଦୁର୍ଗାପୂଜା । ମା’ଙ୍କର ଷୋଳ ପୂଜାର ଅବ୍ୟବହିତ ପୂର୍ବରୁ ସରିଛି ପ୍ରସ୍ତୁତି ବୈଠକ । ଭୁବନେଶ୍ୱରରେ ଏଥର ଲୋକେ ଦେଖିବେ ୧୮୭ ଟି ମୃଣ୍ମୟୀ ମୂର୍ତ୍ତି । ପୂର୍ବବର୍ଷ ଭଳି ଧୁମଧାମରେ ଦଶହରା ପାଳନ ହେବ ତାହାକୁ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ । ଟ୍ରାଫିକ, ଲ ଆଣ୍ଡ ଅର୍ଡର, ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ । ସେହିପରି ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି । ପୂଜା ମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ ଟା ପରିବର୍ତ୍ତେ ୧୨ ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣ କୁ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି । ଭସାଣ ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି । ଅବକାରୀ ବିଭାଗକୁ ଚୋରା ମଦ ଓ ଡ୍ରଗ୍ସ ରୋକିବାକୁ ନିର୍ଦ୍ଦେଶ ସମନ୍ୱୟ ବୈଠକରେ ମତ ପ୍ରକାଶ ପାଇଛି ।

ବିଏମସି ପକ୍ଷରୁ ଡ୍ରେନେଜ ସମସ୍ୟାର ସମାଧାନ, ରାସ୍ତା ଘାଟ ମରାମତି ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ଆର୍ଥିକ ଅନୁଦାନ ପାଇଁ ଦାବି ହୋଇଛି । ସେହିପରି ବିଦ୍ୟୁତ ପାଇଁ ସିଙ୍ଗିଲ ମିଟର ବ୍ୟବସ୍ଥା, ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା ଓ ଅଗ୍ନିଶମ, ପାନୀୟ ଜଳ, ଖୋଳା ହୋଇଥିବା ରାସ୍ତାଘାଟ ନିର୍ମାଣ, ଗଛକଟା ଆଦି ପ୍ରସଙ୍ଗରେ ବିଭିନ୍ନ ବିଭାଗର ସହଯୋଗ ଲୋଡିଥିଲେ ପୂଜା କମିଟି ସଦସ୍ୟ । ସହରରେ ହେଉଥିବା ପୂଜା ଓ ଭଷାଣି ପାଇଁ ସିଙ୍ଗିଲ window ବ୍ୟବସ୍ଥା ଦ୍ୱାରା ଲାଇସେନ୍ସ ପାଇବାରେ କୌଣସି ଅସୁବିଧା ହେବନାହିଁ । ଆଜିର ବୈଠକରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଦୁଇ ବିଧାୟକ, ଅଗ୍ନିଶମ, watco, Tata power, ଟ୍ରାଫିକ ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ପାର୍ବଣ ବେଳେ ଆକ୍ଟିଭ ହୋଇପାରନ୍ତି ଲୁଟେରା । ରାଜଧାନୀରେ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଏବେଠୁ ଭୁବନେଶ୍ୱର ପୋଲିସ ସଜାଗ ଥିବା କହିଛନ୍ତି କମିଶନର ।