ଦୁଇଟି କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ

1 min read

ରାୟଗଡା  : ରାୟଗଡା କୋଲନରା ଅଂଚଳରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ। ୪ଜଣ ଗିରଫ। ଗିରଫଙ୍କ ମଧ୍ୟରେ ଦୁଇ ଜଣ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଓ ଦୁଇ ଜଣ ଗୁଣପୁର ଅଞ୍ଚଳର ବୋଲି ଜଣାପଡିଛି। ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ ରେଭେନ୍ୟୁ ଇଂଟଲ୍ଲିଜେନ୍ସ ବିଭାଗ ସମସ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗୁଣପୁର ପୁଟାସିଂ ଅଂଚଳର ଅଞ୍ଜରସିଂ ଗ୍ରାମର ଜିସୟ ଗମାଙ୍ଗ ଓ ମହେଶ ହୁଇକା ମାଛଖୁଣ୍ଟି ଅଂଚଳର ଅନ୍ୟ ୨ ବ୍ୟକ୍ତି ମହାରାଷ୍ଟ୍ରର ମାତିନଗର ଅଂଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତାଙ୍କୁ ଏହି ବାଘ ଚମଡାକୁ ବିକ୍ରୀ କରିବା ପାଇଁ ଯୋଗାଯୋଗରେ ରହିଥିଲେ । କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ଡିରେକ୍ଟର ଅଫ ରେଭେନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ କରିଥିଲେ । ଏନେଇ ଅଗଷ୍ଟ ୩୦ ତାରିଖ ଦିନ ରାୟଗଡା ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡା ବିକ୍ରୀ କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ମାଡି ବସିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି । କଲରାପତରିଆ ବାଘ ଚମଡାକୁ ଗଜପତି ଜିଲ୍ଲାରୁ ମହାରାଷ୍ଟ୍ର ଚାଲାଣ ପାଇଁ ଅଣାଯାଇଥିଲା ବୋଲି ସୂଚନା ମିଳିଛିIଉଭୟ ବାଘର ବୟସ ୫ରୁ ୭ ବର୍ଷ ମଧ୍ୟରେ ହେବ ବୋଲି ଜଙ୍ଗଲ ବିଭାଗ ସୂଚନା ଦେଇଛି । ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି ଏସିଏଫ କହିଛନ୍ତି।