ଏ ସବୁ ଦେଶରେ ଦେଖିବାକୁ ମିଳନ୍ତିନି ବୁଲା କୁକୁର, ଜାଣନ୍ତୁ କେମିତି କଲେ ସମସ୍ୟାର ସମାଧାନ

1 min read

ନନ୍ଦିଘୋଷ ବ୍ୟୁରୋ: କୁକୁର କାମୁଡ଼ିବା ଓ ରେବିଜ ରୋଗ ବଢ଼ିବାକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ୮ ସପ୍ତାହ ମଧ୍ୟରେ ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ଡଗ୍ ସେଲଟରରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କିଛି ଲୋକ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ପଶୁ ଅଧିକାର ସଙ୍ଗଠନ PETA ଇଣ୍ଡିଆ କହିଛି ଏହା କୌଣସି ବୈଜ୍ଞାନିକ ସମାଧନ ନୁହେଁ କି ସ୍ଥାୟୀ ସମାଧାନ ବି ନୁହେଁ ।  ସେମାନଙ୍କ ମତରେ ବୁଲା କୁକୁରଙ୍କୁ ହଟାଇବା ବଦଳରେ ମୂଳ କାରଣ ଉପରେ କାମ କରାଯିବା ଆବଶ୍ୟକ । କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାରୀ ଏଜେନ୍ସିମାନେ କାମ ଆରମ୍ଭ କରି ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ବିଶ୍ବର ଏମିତି କେଉଁ ଦେଶ ଅଛନ୍ତି ଯେଉଁମାନେ ଏହି ସମସ୍ୟାର ସମାଧାନ କରିପାରିଛନ୍ତି ? ଆଉ ସବୁଠାରୁ ବଡ଼ ପ୍ରଶ୍ନ ହେଲା ସେମାନେ ଏହା କେମିତି କଲେ ? ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଭୁଟାନ

ଭାରତର ପଡୋଶୀ ଦେଶ ଭୁଟାନ ୨୦୨୩ରେ ବୁଲା କୁକୁରଙ୍କୁ ଶତ ପ୍ରତିଶତ ବନ୍ଧ୍ୟାକରଣ କରିବା ନେଇ ପ୍ରଥମ ଦେଶ ବନିଗଲା । ଏମିତି କରିବା ପାଇଁ ଭୁଟାନ ସରକାର ୨୦୨୧ରେ ସାରା ଦେଶରେ ଏକ୍ସିଲେଟେଡ ଡଗ୍ ପପୁଲେସନ ମ୍ୟାନେଜମେଣ୍ଟ ଓ ରିବେଜ କଣ୍ଟ୍ରୋଲ ପ୍ରୋଗ୍ରାମ ଆରମ୍ଭ କରିଥିଲା । ତେବେ ନସବନ୍ଦି ଓ ଭେକ୍ସିନେସନ କାର୍ଯ୍ୟକ୍ରମ ପ୍ରାୟ ୧୪ ବର୍ଷ ଧରି ଭିନ୍ନ ଭିନ୍ନ ସମୟରେ ଚାଲିଥିଲା । ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରାୟ ୧.୫ ଲକ୍ଷରୁ ଅଧିକ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୨୯ କୋଟି ଟଙ୍କାର ବଜେଟ ରଖାଯାଇଥିଲା ।

ମେକ୍ସିକୋ

ମେକ୍ସିକୋ ବୁଲା କୁକୁରଙ୍କୁ କଣ୍ଟ୍ରୋଲ କରିବାକୁ ମାନବୀୟ ପଦ୍ଧତି ଆପଣାଇଥିଲା । ଦେଶ ମଧ୍ୟରେ NTVR କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଅର୍ଥାତ ଟ୍ରାପ-ନ୍ୟୁଟର-ଭାକ୍ସିନେଟ-ରିଟର୍ଣ୍ଣ । ଏଥିରେ କୁକୁରଙ୍କୁ ଧରିବା, ସେମାନଙ୍କ ବନ୍ଧ୍ୟାକରଣ କରିବା ରିବେଜ ଭ୍ୟାକ୍ସିନ ଲଗାଇବା ଓ ଟ୍ୟାଗ ଲଗାଇ ସେମାନଙ୍କୁ ସେମାନଙ୍କ ପୁରୁଣା ସ୍ଥାନରେ ଛାଡି ଦିଆଯାଉଥିଲା । ଗତ ୫ ବର୍ଷରେ ସରକାର ଏହି କାର୍ଯ୍ୟକ୍ରମ ଜରିଆରେ ୨୩ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୯୦ କୋଟି ) ଟଙ୍କା ଖର୍ଚ୍ଚ କରିଥିଲେ ।

ନେଦରଲ୍ୟାଣ୍ଡ

ୟୁରୋପର ଏକମାତ୍ର ଦେଶ ନେଦରଲ୍ୟାଣ୍ଡ, ଯେଉଁଠି ଗୋଟିଏ ବି ବୁଲା କୁକୁର ଦେଖିବାକୁ ପାଇବେ ନାହିଁ । ହେଲେ ବିଂଶ ଶତାବ୍ଦୀ ବେଳକୁ ଏଠାରେ ବୁଲା କୁକୁର ବହୁ ସଂଖ୍ୟାରେ ଥିଲେ । ଆରମ୍ଭରୁ ସରକାର କୁକୁରଙ୍କୁ ମାରିବା ପଟ୍ଟାମଜଲ ନିୟମ ଓ ଡଗ ଟ୍ୟାକ୍ସ ପରି ପଦକ୍ଷେପ ନେଇଥିଲେ । ହେଲେ ଟ୍ୟାକ୍ସରୁ ବର୍ତ୍ତିବା ପାଇଁ ଲୋକେ ଅଧିକରୁ ଅଧିକ କୁକୁର ରାସ୍ତାକୁ ଛାଡି ଦେଇଥିଲେ । ବାଂଶ ଶତାବ୍ଦୀ ଶେଷ ବେଳକୁ ପଶୁଙ୍କ ଉପରେ ଅତ୍ୟାଚାରକୁ ଅପରାଧ ଘୋଷଣା କରାଯିବା ସହ ତିନିଟି ବଡ଼ ପରିବର୍ତ୍ତନ କରାଯାଇଥିଲା । ଷ୍ଟାରରୁ କିଣା ଯାଇଥିବା କୁକୁର ଉପରେ ଅଧିକ ଟ୍ୟାକ୍ସ, CNVR କାର୍ଯ୍ୟକ୍ରମ (ଧରିବା, ବନ୍ଧ୍ୟାକରଣ, ଟିକାକରଣ ଓ ଛାଡିବା) ଏବଂ କୁକୁର ପୋଲିସ ଫୋର୍ସ ଗଠନ କରାଯାଇଥିଲା । ଯାହା ପଶୁଙ୍କ ନିର୍ଯାତନା ଦେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିଲା ଓ ଜୀବଜନ୍ତୁଙ୍କୁ ଉଦ୍ଧାର କରୁଥିଲା ।

ଜାପାନ

ଜାପାନରେ ଆନିମଲ ଓ୍ବେଲଫେୟର ନିୟମ ବହୁତ ଶକ୍ତ । ଏଠାରେ ବୁଲା କୁକୁରଙ୍କୁ ଧରି କ୍ବାରେଣ୍ଟିନରେ ରଖାଯାଏ । ଏହାପରେ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥାଏ । ଭେଟନାରୀ ଡାକ୍ତର କମ ଖର୍ଚ୍ଚରେ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ କରୁଛନ୍ତି । ଏପରି କରିବାର କାରଣ ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରି । ଏଠାରେ ଦୟା ମୃତ୍ୟୁର ମଧ୍ୟ ଅନୁମତି ରହିଛି । ହେଲେ କେବଳ ରୋଗଗ୍ରସ୍ତ କିମ୍ବା ବିପଦଜ୍ଜନକ କୁକୁରଙ୍କ ପାଇଁ । କିଛି ଅଞ୍ଚଳ ଯେମିତିକି ଟୋକିଓରେ ଗ୍ୟାସ ଚାମ୍ବରରେ କୁକୁରଙ୍କୁ ଛାଡି ମରାଯାଇଥାଏ । ତେବେ ଏହି ନିୟମକୁ ବହୁତ ସମାଲୋଚନା କରାଯାଇଥାଏ । କାରଣ ଏଥିରେ କୁକୁରକୁ ମରିବାକୁ ପ୍ରାୟ ୧୫ ମିନିଟ ନିର୍ଯାତନା କହିବାକୁ ପଡିଥାଏ ।

ଦକ୍ଷିଣ କୋରିଆ

ସାଉଥ କୋରିଆରେ ପୋଷ ପ୍ରାଣୀଙ୍କୁ ଛଡ଼ାଯିବା ସଂଖ୍ୟା ନିୟମିତ ଭାବେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ବୁଲା ବିଲେଇଙ୍କ ପାଇଁ TNR (ଟ୍ରାପ-ନ୍ୟୁଟର-ରିଟର୍ଣ୍ଣ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅର୍ଥାତ ବିଲେଇଙ୍କୁ ଧରିବା, ବନ୍ଧ୍ୟାକରଣ କରିବ ପୁଣି ତାଙ୍କୁ ତାଙ୍କ ପୁରୁଣା ସ୍ଥାନରେ ଛାଡିଦେବା ।