୬ ଦଶମିକ ୧୬ ପ୍ରତିଶତକୁ ହ୍ର।ସ ପାଇଲା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର

1 min read

୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬ ଦଶମିକ ୧୬ ପ୍ରତିଶତ ରହିବ । ଆଜି ବିଧାନସଭାରେ ଉପସ୍ଥାପିତ ୨୦୧୯-୨୦ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଏଥିରେ ଦର୍ଶାଯାଇଛି, ୨୦୧୮-୧୯ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭ ଦଶମିକ ୯୦ ପ୍ରତିଶତ ଥିଲା । କିନ୍ତୁ ଚଳିତ ଆର୍ଥିକବର୍ଷ ହ୍ର।ସ ପାଇ ୬ ଦଶମିକ ୧୬ ପ୍ରତିଶତ ରହିବ । ବାତ୍ୟା, କୃଷି ଉତ୍ପାଦନ ଓ ଖଣିଜ ପଦାର୍ଥ ଉତ୍ପାଦନ ହ୍ର।ସ ଯୋଗୁ ଆର୍ଥିକ ଅଭିବୃଦ୍ଧି ହାର ହ୍ର।ସ ପାଇବ ବୋଲି ଆକଳନ କରାଯାଇଛି । ତେବେ ମୁଣ୍ଡପିଛା ଆୟ ୧ ଲକ୍ଷ ୧ ହଜାର ୫୮୭ ଟଙ୍କାକୁ ବଢ଼ିବ । ପୂର୍ବରୁ ମଣ୍ଡପିଛା ଆୟ ୯୫ ହଜାର ୧୬୪ ଟଙ୍କା ଥିଲା । ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକବର୍ଷରେ ମୁଦ୍ରାସ୍ଫିତି ୨ ଏବଂ ୩ ପ୍ରତିଶତରେ ସ୍ଥିର ଥିଲା ।

Image result for growth rate of odisha 2019-20

୨୦୧୯-୨୦ ଆର୍ଥିକବର୍ଷରେ ୩ ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ପକ୍କାଘର ଯୋଜନାରେ ଗତ ୫ ବର୍ଷରେ ୨୧ ଲକ୍ଷ ୭୬ ହଜାର ଘର ବଣ୍ଟନ କରାଯାଇଛି। ବିଦ୍ୟୁତ୍‌କରଣ ହୋଇଛି ୯୯ ଦଶମିକ ୬୪ ପ୍ରତିଶତ ଗାଁ । ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି । ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି ୧୦ ଦଶମିକ ୪୧ ପ୍ରତିଶତ । ସାମାଜିକ କ୍ଷେତ୍ରରେ ପୁଞ୍ଜିନିବେଶ ୪୩ ଦଶମିକ ୩ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୮-୧୯ରେ ଏହା ୪୨ ଦଶମିକ ୫ ପ୍ରତିଶତ ଥିଲା । ମିଶନ ଶକ୍ତି ଏକ ନିରବ ବିପ୍ଳବରେ ପରିଣତ ହୋଇଛି । ଡିଜିଟାଲ ସଶକ୍ତିକରଣରେ ୩ ଲକ୍ଷ ୧୧ ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ମିଳିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟରେ ଆର୍ଥିକ ପରିଚାଳନାରେ ମିଳିଛି ସଫଳତା । ଗତ ୫ ବର୍ଷ ଧରି ରାଜସ୍ୱ ବଳକା ପରିମାଣ ହାରାହାରି ୨ ଦଶମିକ ୫ ପ୍ରତିଶତ ରହିଛି । ସୀମିତ ସମ୍ବଳ ଓ ସୁଯୋଗରେ ଓଡ଼ିଶାର ଆର୍ଥିକ ପରିଚାଳନାରେ ସୁଧାର ଆସିଛି । ବିଶ୍ୱରେ ଓଡ଼ିଶା ଶ୍ରେଷ୍ଠ ଆର୍ଥିକ ପରିଚାଳନା ରାଜ୍ୟ ହେବ । ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥିବା ବେଳେ ଆସନ୍ତାକାଲି ୨୦୨୦-୨୧ ଆର୍ଥଇକବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରାଯିବ ।

Leave a Reply