ଟି-୨୦ରେ ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ ହେଲେ ଅଭିଶେକ ଶର୍ମା

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆ ଯୁବ କ୍ରିକେଟର ଅଭିଶେକ ଶର୍ମା ନିଜ କ୍ୟାରିୟରରେ ଏକ ମାଇଲଖୁଣ୍ଟ ପାର୍ କରିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ୧ ନମ୍ବର ସ୍ଥାନରେ ରହିଛନ୍ତି । ସେ ନିଜର ବନ୍ଧୁଙ୍କୁ ପଛରେ ପକାଇ ଏହି କିର୍ତ୍ତୀମାନ ଅର୍ଜନ କରିଛନ୍ତି । ଟ୍ରାଭିସ୍ ହେଡଙ୍କୁ ପଛରେ ପକାଇ ଦେଇଛନ୍ତି । ନିକଟରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ସେତେ ଭଲ ପ୍ରଦର୍ଶନ କରିନଥିଲେ ହେଡ୍ । ଯାହାଫଳରେ ତାଙ୍କୁ ଟପି ଯାଇଛନ୍ତି ଅଭିଶେକ ଶର୍ମା ।
ଅଭିଶେକ ଶର୍ମାଙ୍କ ରେଟିଂ ପଏଣ୍ଟ ୮୨୯ ରହିଥିବାବେଳେ ଟ୍ରାଭିସ୍ ହେଡଙ୍କ ରହିଛି ୮୧୪ ପଏଣ୍ଟ । ସେ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଅଭିଶେକ ଶର୍ମା ଏବେ ଟପରେ ରହିଛନ୍ତି । ଉଭୟ ଆଇପିଏଲରେ ଗୋଟିଏ ଟିମରେ ଖେଳୁଥିଲେ । ହାଇଦ୍ରାବାଦ ପକ୍ଷରୁ ଖେଳୁଥିବାବେଳେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ସେପଟେ ଟପ୍ ୧୦ ମଧ୍ୟରେ ଭାରତୀୟ ଖେଳାଳିଙ୍କ ତିଲକ ବର୍ମା ତୃତୀୟ ଏବଂ ସୂର୍ଯ୍ୟକୁମାର ଯାଦବ ଷଷ୍ଠ ସ୍ଥାନରେ ରହିଛନ୍ତି । ସେପଟେ ଜଶସ୍ବୀ ଜୟସ୍ବାଲ ଟପ୍ ୧୦ରୁ ବାହାର ହୋଇଥିବାବେଳେ ଏବେ ୧୧ ନମ୍ବର ସ୍ଥାନରେ ରହିଛନ୍ତି ।