spot_img

Latest Posts

ଜାମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର। କିସ୍ତୱାଡ ଅଂଚଳରେ ୨ରୁ ୩ ଆତଙ୍କୀ ଅନୁପ୍ରବେଶ କରିଥିବା ସନ୍ଦେହ। ଯବାନଙ୍କୁ ଦେଖି ଗୁଳିମାଡ଼ କଲେ ଆତଙ୍କୀ। ଜବାବରେ ସେନାର ଯବାନଙ୍କ ପକ୍ଷରୁ ଦିଆଯାଉଛି କଡ଼ା ଜବାବ। ଆତଙ୍କୀଙ୍କୁ ଘେରି ରହିଛନ୍ତି ସେନାର ଯବାନ। ଗତକାଲି ରାତିରୁ ଚାଲିଛି ଜୋରଦାର ଅପରେସନ। ଗୁପ୍ତ ସୂଚନା ମିଳିବା ପରେ ରେଡ୍ କରିଥିଲେ ଯବାନ। ଆତଙ୍କୀ ଲୁଚିଥିବା ଅଂଚଳରୁ ଘେରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଆତଙ୍କୀ ଲୁଚିଥିବା ଚାତରୁର ଜଙ୍ଗଲରେ ପହଞ୍ଚିବା ପରେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କୀ। ଏହାପରେ ସେନାର ଯବାନଙ୍କ ପକ୍ଷରୁ ଦିଆଯାଉଛି ଜୋରଦାର ଜବାବ। ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।ପ୍ରାଥମିକ ସୂଚନା ଅନୁସାରେ ଆତଙ୍କୀ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ବୋଲି ଜଣାପଡିଛି। ଆତଙ୍କବାଦୀଙ୍କୁ ଘେରି କରିଛନ୍ତି ଯବାନ। ଅତିରିକ୍ତ ସୁରକ୍ଷାବାହିନୀକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଆତଙ୍କବାଦୀଙ୍କୁ ନିପାତ ନକରିବା ପର୍ଯ୍ୟନ୍ତ ଅପରେସନ ଜାରି ରହିଛି।

Latest Posts

Don't Miss