ବିବାହର ୧୮ ଘଣ୍ଟା ପରେ ଖୋଲିଲା ରହସ୍ୟ, କନ୍ୟାକୁ ରଖିବାକୁ ମନା କଲା ବର

ଭୋପାଳ : ମଧ୍ୟପ୍ରଦେଶର ଶିବପୁରୀରେ ଏକ ବିବାହ ମାତ୍ର ୧୮ ଘଣ୍ଟା ଯେଏଁ ସମ୍ପର୍କ ରହିଲା । ବିବାହର ୧୮ ଘଣ୍ଟା ପରେ, ବର ନିଜେ କନ୍ୟାକୁ ନିଜ ପାଖରେ ରଖିବାକୁ ମନା କରିଦେଲେ। ଏହି ବିବାହ ଭାଙ୍ଗିବା ପଛରେ କାରଣ ହେଉଛି କନ୍ୟା ତାଙ୍କ ଜାତି ବିଷୟରେ ଭୁଲ ସୂଚନା ଦେଇ ବିବାହ କରିଥିଲେ। ବିବାହ ପୂର୍ବରୁ କନ୍ୟା ନିଜକୁ ରାଜପୁତ ବୋଲି କହିଥିଲେ, କିନ୍ତୁ ବିବାହର ୧୮ ଘଣ୍ଟା ପରେ ବର ଯେତେବେଳେ ତାଙ୍କର ପ୍ରକୃତ ଜାତି ବିଷୟରେ ଜାଣିଲେ, ସେ କନ୍ୟାକୁ ନିଜ ସହିତ ରହିବାକୁ ମନା କରିଦେଲେ । କହିଲେ ଯେ ସେ ଏହି ବିବାହକୁ ଗ୍ରହଣ କରନ୍ତି ନାହିଁ।
ଶିବପୁରୀ ଜିଲ୍ଲାର କରୈରା ଥାନା ଅଞ୍ଚଳର ଜଣେ ଝିଅ ଝାନ୍ସୀ ଜିଲ୍ଲାର ରାକ୍ସା ଥାନା ଅଞ୍ଚଳର ବାସଇ ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର ମାତ୍ର ୧୮ ଘଣ୍ଟା ବିତିବା ପରେ ବର ଜାଣିପାରିଲେ ଯେ ଝିଅର ପ୍ରକୃତ ଜାତି ରାଜପୁତ ନୁହେଁ ବରଂ ଯାଦବ। ବର କନ୍ୟାକୁ ନିଜ ସହିତ ରହିବାକୁ ସିଧାସଳଖ ମନା କରିଦେଇଥିଲେ। ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ଏକ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ, ଏହି ସମ୍ପର୍କ ଜାତିଭେଦର ଶିକାର ହୋଇଥିଲା। ପରେ ଉଭୟ ପରିବାର ଥାନାରେ ପହଞ୍ଚି ପାରସ୍ପରିକ ସମ୍ମତିରେ ସମ୍ପର୍କ ଶେଷ କରିଥିଲେ।
ପାରସ୍ପରିକ ସମ୍ମତିରେ ମାମଲା ସମାଧାନ ହୋଇଥିଲା। ରକ୍ସା ଥାନାର ଇନଚାର୍ଜ ରାହୁଲ ରାଠୋର କହିଛନ୍ତି ଯେ ଉଭୟ ପକ୍ଷ ବିବାହ ଭାଙ୍ଗିବା ବିଷୟରେ କଥାବାର୍ତ୍ତା କରିବାକୁ ଥାନାକୁ ଆସିଥିଲେ। କିନ୍ତୁ ସେମାନଙ୍କୁ କୋର୍ଟ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। କୌଣସି ପକ୍ଷ ଲିଖିତ ଅଭିଯୋଗ ଦେଇନାହାଁନ୍ତି।