ରେକର୍ଡ ଭାଙ୍ଗିବେ କି ଅମୀର ଖାନ ? ଏହି ଫିଲ୍ମ…

ନନ୍ଦିଘୋଷ ବ୍ୟୁରୋ: ସବୁବେଳେ ନିଜର ଅଭିନୟ ସାଙ୍ଗକୁ ବକ୍ସ ଅଫିସରେ ରେକର୍ଡ ରୋଜଗାର ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅମୀର ଖାନ୍ । ଅମୀରଙ୍କ ’ଲାଲ ସିଂ ଚଢ଼ା’ ଫ୍ଲପ୍ ହେବାପରେ ପୁଣିଥରେ ଦମଦାର କମବ୍ୟାକ୍ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟ । ’ସିତାରେ ଜମିନ୍ ପର’ ଫିଲ୍ମ ଜରିଆରେ ଆଗାମୀ ଫିଲ୍ମରେ ନଜର ଆସିବେ । ତେବେ ଏହି ଫିଲ୍ମ ଭଲ ରୋଜଗାର କରିବା ସହ ରେକର୍ଡ ରୋଜଗାର କରିବା ଲକ୍ଷ୍ୟରେ ରହିଛି ପ୍ରଯୋଜନା ସଂସ୍ଥା । ତେବେ ତାଙ୍କର ଅପକମିଙ୍ଗ୍ ଫିଲ୍ମ ଓଟିଟିରେ ରିଲିଜ ହେବ ନାହିଁ । ଏହି ଫିଲ୍ମକୁ ଦେଖିବାକୁ ହେଲେ ଦର୍ଶକଙ୍କ କେବଳ ଥିଏଥରକୁ ଯିବାକୁ ପଡ଼ିବ । ପୂର୍ବ ଫିଲ୍ମରେ ରହିଥିବା ଦାମ ମଧ୍ୟ ଏଥିରେ ରହିଛି । ଏଣୁ କେତେ ରୋଜଗାର କରୁଛି ତାହା ଉପରେ ରହିଛି ନଜର । ୩ ବର୍ଷ ପରେ ପୁଣି କମବ୍ୟାକ୍ କରୁଥିବାବେଳେ କୁହାଯାଉଛି କି, ପ୍ରଥମ ଦିନରେ ୧୧ରୁ ୧୨ କୋଟି ଟଙ୍କାର ବ୍ୟବସାୟ କରିପାରିବ । ଲାଲ ସିଂ ଚଢ଼ା ପ୍ରଥମ ଦିନରେ ୧୧ କୋଟି ଟଙ୍କା ରୋଜଗାର କରିଥିଲା । ତେବେ ଏହି ଫିଲ୍ମ ଫ୍ଲପ ହୋଇଥିଲେ ସୁଦ୍ଧା ଭଲ ରୋଜଗାର କରିଥିଲା । ଅପକମିଙ୍ଗ ଫିଲ୍ମରେ ଅମୀର ନିଜେ ପ୍ରଯୋଜନା କରିଥିବାବେଳେ ଏହା ଅଧିକ ରୋଜଗାର କରିବ ବୋଲି ଆଶା ରହିଛି । ଆଡଭାନ୍ସ ଟିକେଟ ବୁକିଂ ଯଦି କହିବା ତାହେଲେ ଏଯାବତ ଏହା ୩ କୋଟି ଟଙ୍କା ଆୟ କରିଛି । ଆହୁରି କିଛି ଦିନ ରହିଥିବାବେଳେ ବଡ଼ କଳାକାରଙ୍କ ଫିଲ୍ମ ହୋଇଥିବାରୁ ଆଖିଦୃଷିଆ ରୋଜଗାର କରିବ ବୋଲି କୁହାଯାଉଛି ।