spot_img

Latest Posts

ଇସ୍ରାଏଲରେ ଲଗାତାର ବୋମା ମାଡ଼ ଯୋଗୁଁ ଭାରତୀୟଙ୍କ ହୃଦଘାତରେ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲରେ ଲଗାତାର ବୋମା ମାଡ଼ ଯୋଗୁଁ ଜଣେ ଭାରତୀୟଙ୍କର ହୃତଘାତରେ ମୃତ୍ୟୁ ଘଟିଛି । ସେ ସେଠାରେ ପାର୍ଟ ଟାଇମ ଚାକିରି କରି କରିବା ପାଇଁ  ଯାଇଥିଲେ  । ହେଲେ ଲଗାତାର ସେଠାରେ  ବୋମାବାଡ଼ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି । ସେ ତେଲେଙ୍ଗାନାର ଜଗତିଆଲ ଜିଲ୍ଲାର ବାସିନ୍ଦା ଥିଲେ। ତାଙ୍କ ନାମ ରବିନ୍ଦ୍ର ବୋଲି ଜଣାପଡିଛି ।

ସ୍ଥାନୀୟ ଗଣମାଧ୍ୟମରେ ତାଙ୍କ ପତ୍ନୀ ଆର ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଯେତେବେଳେ ଯୁଦ୍ଧ ସ୍ଥିତି ଆରମ୍ଭ ହେଲା, ସେବେ ସେ ଫୋନ୍ କରି କହିଲେ ଯେ ସେଠାରେ ଲଗାତାର ବୋମା ମାଡ଼ ଯୋଗୁଁ ସେ ଭୟଭୀତ ରହୁଛନ୍ତି। ଏବଂ ସେ ଆମକୁ କହିଲେ କୌଣସି ମୁହୂର୍ତ୍ତରେ ସେ ତାଙ୍କ ଜୀବନ ହରାଇ ପାରନ୍ତି। ଆମେ ତାଙ୍କୁ ସାନ୍ତ୍ୱନା ଦେଇଥିଲୁ ଯେ ତାଙ୍କର କିଛି ହେବ ନାହିଁ ।

ସରକାରଙ୍କ ଠାରୁ ସାହାଯ୍ୟ ପାଇଁ ନିବେଦନ

ବିଜୟଲକ୍ଷ୍ମୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ପୂର୍ବରୁ ଅସୁସ୍ଥ ଅନୁଭବ କରୁଥିଲେ ଏବଂ ସେ ଅଧିକାଂଶ ସମୟ ସେ ହସ୍ପିଟାଲରେ ବିତାଉଥିଲେ। ସେଠାରେ ହସ୍ପିଟାଲ ନିକଟରେ ଏକ ବୋମା ବିସ୍ଫୋରଣ ହୋଇଥିଲା , ଏହା ଯୋଗୁଁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ହସ୍ପିଟାଲ କର୍ତ୍ତୃପକ୍ଷରୁ ତାଙ୍କ ମୃତ୍ୟୁ ବିଷୟରେ ଆମକୁ ସୂଚନା ମିଳିଥିଲା । ବିଜୟଲକ୍ଷ୍ମୀ ତାଙ୍କ ସ୍ୱାମୀଙ୍କ ମୃତଦେହ ଫେରାଇ ଆଣିବା ପାଇଁ ତେଲେଙ୍ଗାନା ସରକାର ଏବଂ କେନ୍ଦ୍ରକୁ ସହାୟତା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ମୁଁ ସରକାରଙ୍କୁ ନିବେଦନ କରୁଛି ଯେ ମୋ ସ୍ୱାମୀଙ୍କ ମୃତଦେହକୁ ଫେରାଇ ଆଣନ୍ତୁ ଏବଂ ମୋ ପିଲାମାନଙ୍କୁ ଚାକିରି ଦେବାରେ ସାହାଯ୍ୟ କରନ୍ତୁ।

ଆମେରିକାକୁ ଇରାନର ଚେତାବନୀ

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନାକୁ ପ୍ରାୟ ଗୋଟିଏ ସପ୍ତାହ ବିତିଗଲାଣି। ଆଜି ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଚେତାବନୀ ଦେଇଛନ୍ତି ଯେ, ଇସ୍ରାଏଲ ଆକ୍ରମଣରେ ଆମେରିକାର ହସ୍ତକ୍ଷେପ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର କାରଣ ହେବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଇରାନ ଉପରେ ଇସ୍ରାଏଲର ଆକ୍ରମଣରୁ ନିଜକୁ ଦୂରେଇ ରଖିଥିଲେ କିନ୍ତୁ ପରେ ଆମେରିକାର ଅଧିକ ସମ୍ପୃକ୍ତି ଉପରେ ଇଙ୍ଗିତ ଦେଇ କହିଥିଲେ ଯେ ସେ ଯୁଦ୍ଧବିରତି ଅପେକ୍ଷା ବଡ଼ କିଛି ଚାହୁଁଛନ୍ତି।

 

Latest Posts

Don't Miss