spot_img

Latest Posts

‘ସୀମା ପାର ଆତଙ୍କବାଦ ବନ୍ଦ ନ ହେବା ଯାଏ ବଦଳିବ ନାହିଁ ସିନ୍ଧୁ ଜଳ ସଂକ୍ରାନ୍ତ ନିଷ୍ପତ୍ତି’

ନୂଆଦିଲ୍ଲୀ: ସୀମା ପାର ଆତଙ୍କବାଦ ବନ୍ଦ ନ ହେବା ଯାଏ ବଦଳିବ ନାହିଁ ସିନ୍ଧୁ ଜଳ ସଂକ୍ରାନ୍ତ ନିଷ୍ପତ୍ତି। ସୀମାପାର ଆତଙ୍କବାଦ ବନ୍ଦ ନେଇ ସ୍ପଷ୍ଟ ସୂଚନା ମିଳିବା ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି କହିଛନ୍ତି ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର। ସେ କହିଛନ୍ତି- କାଶ୍ମୀର ପ୍ରସଙ୍ଗ ଆଲୋଚନାର ଅର୍ଥ ହେଉଛି ପାକ୍ ଅଧିକୃତ କାଶ୍ମୀର ଖାଲି କରୁ ପାକିସ୍ତାନ। ପୂର୍ବରୁ ଅପରେସନ ସିନ୍ଦୂରରେ ଭାରତର ଦମ୍ ଦେଖି ମୁଣ୍ଡ ନୁଆଁଇଥିଲା ପାକିସ୍ତାନ। ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ପୁନର୍ବିଚାର ଲାଗି ଭାରତ ନିକଟରେ ଅନୁରୋଧ କରିଥିଲା ପାକିସ୍ତାନ। ଏନେଇ ଜଳଶକ୍ତି ମନ୍ତ୍ରାଳୟ ନିକଟକୁ ପତ୍ର ଲେଖିଥିଲେ ପାକିସ୍ତାନ ଜଳ ସମ୍ପଦ ସଚିବ ସୟଦ ଅଲି ମୁର୍ତାଜା। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଉତ୍ତ୍ୟକ୍ତ ହୋଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ। ୧୯୬୦ ସିନ୍ଧୁ ଜଳ ଚୁକ୍ତି ଅନୁସାରେ ସିନ୍ଧୁ ନଦୀରୁ ଭାରତ ୩୦ ପ୍ରତିଶତ ଓ ପାକିସ୍ତାନ ୭୦ ପ୍ରତିଶତ ଜଳ ପାଇଥାଏ। ଜଳ ଚୁକ୍ତି ରଦ୍ଦ ହେବା ପରେ ପାକିସ୍ତାନ ଜଳାଭାବରେ ଛଟପଟ ହେବା ପରିଲକ୍ଷିତ ହୋଇଛି।

Latest Posts

Don't Miss