ଆହୁରି କଲବଲ କରିବ ତାତି
1 min read
ନନ୍ଦିଘୋଷ ବ୍ୟୁରୋ: ୧୯ ଯାଏଁ କଲବଲ କରିବ ତାତି । ଆଜିଠାରୁ ଅତ୍ୟଧିକ ଖରା ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେବେ ଲୋକେ । ରାଜ୍ୟରୁ କାଳବୈଶାଖୀର ପ୍ରଭାବ ହଟିବା ପରେ ଉପରମୁହାଁ ହୋଇଛି ପାରଦ। ଫଳରେ ଆଜିଠାରୁ ଉପକୁଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର l ୧୯ ତାରିଖ ପରେ ବଦଳିବ ପାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି l ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ,କଳାହାଣ୍ଡି ଓ ଅନୁଗୁଳ ଜିଲା ମାନଙ୍କରେ ୪୨ ଡିଗ୍ରୀ ଉପରକୁ ଯାଇପାରେ ତାପମାତ୍ରା l ସେପଟେ ଉପକୂଳରେ ମଧ୍ଯ ୪୦ ଡିଗ୍ରୀ ଅତିକ୍ରମ କରିପାରେ ପାରଦ ।