spot_img

Latest Posts

ପିକଚର୍ ଅଭି ବାକି ହୈ? କାହିଁକି ଏମିତି କହିଲେ ପୂର୍ବତନ ସେନାମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା । କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଛି। ଏହି ବିଷୟରେ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭାନେ କହିଛନ୍ତି ଯେ ‘ଅଭି ପିକଚର ବାକି ହୈ..’

ପୂର୍ବତନ ସେନାମୁଖ୍ୟ ସୂଚିତ କରିଛନ୍ତି ଯେ, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ବିବାଦ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଏ, ତେବେ ଏପରି ଆହୁରି ଆକ୍ରମଣ ସମ୍ଭବ। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କ ନିର୍ମମ ହତ୍ୟାକାଣ୍ଡ ପରେ ଏକ ସାହସିକ ଏବଂ ସୁନିଶ୍ଚିତ ଯୋଜନା କରି ପ୍ରତିଶୋଧ ସ୍ୱରୂପ, ଭାରତ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନୀ ଅଞ୍ଚଳ ଭିତରେ ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଛି  ।

କ୍ଷେପଣାସ୍ତ୍ର ଆକ୍ରମଣରେ ଆତଙ୍କବାଦୀ ଶିବିର ଧ୍ୱଂସ

ରାତିର ଅନ୍ଧାରରେ କରାଯାଇଥିବା ଏହି ଅପରେସନରେ, ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ରରେ ୯ଟି ପ୍ରମୁଖ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଯାଇଛି। ଏହି ସ୍ଥାନଗୁଡ଼ିକୁ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପହଲଗାଓଁର ଆତଙ୍କବାଦୀ ଆକ୍ରମଣର ଏକ ସଠିକ ଏବଂ ସଂଯମ ଜବାବ ଭାବରେ ଅପରେସନ ସିନ୍ଦୁରକୁ ବର୍ଣ୍ଣନା କରିଛି। ଏହି ଆକ୍ରମଣରେ ଲସ୍କର-ଏ-ତୈବାର ଦୁଇ ଜଣ ବଡ଼ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ?

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରୀ ସୋସିଆଲ ମିଡିଆ ଏକ୍ସରେ କହିଛି ଯେ, ‘ କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ, ଯାହା ଭାରତର ବିଚାରଧାରା ଏବଂ ଯୋଜବଦ୍ଧକୁ ପ୍ରତିଫଳିତ କରେ‘। ଏହି ଅଭିଯାନ ଅନାବଶ୍ୟକ ଉତ୍ତେଜନାକୁ ଏଡାଇବା ସହିତ ଅପରାଧୀମାନଙ୍କୁ ଉଚିତ ଜବାବ ଦିଆଯାଇଥିଲା ଉଲ୍ଲେଖ କରାଯାଇଛି । ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତର ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଯୁଦ୍ଧ ଡାକରା ଭାବେ ତେବେ ଏହାର ଉଚିତ ଜବାବ ଦିଆଯିବ।

Latest Posts

Don't Miss