ଆରଟିଓରେ କାର୍ଯ୍ୟରତ ଲେଡି କନେଷ୍ଟବଳଙ୍କ ଦବଙ୍ଗଗିରିକୁ ବିରୋଧ, ଓଡ଼ିଶା ଡ୍ରାଇଭର ସଙ୍ଘର ବିକ୍ଷୋଭ

କଳାହାଣ୍ଡି : କଳାହାଣ୍ଡି ଆରଟିଓରେ କାର୍ଯ୍ୟରତ ଲେଡି କନେଷ୍ଟବଳ, ଡ୍ରାଇଭରକୁ ମାଡ଼ ମାରିବା ଘଟଣାକୁ ବିରୋଧ କରି କଳାହାଣ୍ଡି ଡ୍ରାଇଭର ସଙ୍ଘର ବିକ୍ଷୋଭ ପ୍ରଦର୍ଶନ । ଘଟଣାରେ ମହିଳା ଆରଟିଓ କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଏବଂ ଏସପିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । କିଛି ଦିନ ତଳେ ଦେପୁର ନିକଟରେ କଳାହାଣ୍ଡି ଆରଟିଓର ଗାଡି ଚେକିଙ୍ଗ ସମୟରେ ଜଣେ ଟ୍ରକ ଡ୍ରାଇଭର ଇନ୍ଦ୍ରଦେବ ୟାଦବଙ୍କୁ ଅଟକାଇ କାଗଜ ପତ୍ର ଜାଞ୍ଚ କରିଥିଲେ । ସମସ୍ତ କାଗଜ ପତ୍ର ଠିକ ଥିଲେ ମଧ୍ୟ ଲେଡି କାନଷ୍ଟେବଳ ଡ୍ରାଇଭରକୁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ ୫୦ହଜାର ଫାଇନ ଦେବେ ବୋଲି କହିଥିଲେ । ଡ୍ରାଇଭର ଏହାକୁ ବିରୋଧ କରିବାରୁ ଆରଟିଓ କନଷ୍ଟେବଳ ଡ୍ରାଇଭରକୁ ଗାଳି କରିବା ସହିତ ଚାପୁଡ଼ା ମାରିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି । ମାଡ଼ ମାରୁଥିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ବିହାର ଡ୍ରାଇଭର ସଂଘ ଓ ଓଡିଶା ଡ୍ରାଇଭର ମହାସଂଘକୁ ଜଣାଇବା ପରେ ଆଜି କଳାହାଣ୍ଡି ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଲେଡି କାନଷ୍ଟେବଳଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛି ଡ୍ରାଇଭର ସଂଘ ।