spot_img

Latest Posts

ବଢ଼ିବାରେ ଲାଗିଛି ଜଳ ବିବାଦ, ଆଜି ପଞ୍ଜାବ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବ ଓ ହରିୟାଣା ମଧ୍ୟରେ ବଢୁଛି ଜଳ ବିବାଦ। ଆଜି ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ। ଏହି ଅଧିବେଶନରେ ଏକ ସ୍ବତନ୍ତ୍ର ପ୍ରସ୍ତାବ ଗୃହୀତ ହେବ। ହରିୟାଣାକୁ ଅଧିକ ୮ ହଜାର ୫୦୦ କ୍ୟୁସେକ ଜଳ ଛାଡିବାକୁ ଭାକ୍ରା ବ୍ଯାସ ମ୍ୟାନେଜମେଣ୍ଟ ବୋର୍ଡ ବା BBMBକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ବଢିଛି ବିବାଦ।

ପଞ୍ଜାବବାସୀଙ୍କ ସ୍ବାର୍ଥ ଲାଗି ସମସ୍ତେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ମାନ। ନଦୀ ଜଳ ପାଇବା ଲାଗି ପ୍ରତ୍ୟେକ ପଞ୍ଜାବୀଙ୍କର ଅଧିକାର ରହିଛି ବୋଲି କହିଛି ଆପ୍। କେନ୍ଦ୍ରର ଏହି ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ବୋଲି କହିଛି ଦଳ। ଭାକ୍ରା ବ୍ଯାସ ମ୍ୟାନେଜମେଣ୍ଟ ବୋର୍ଡରେ ପଞ୍ଜାବର ୬୦ ପ୍ରତିଶତ ସେୟାର ରହିଛି। ନିୟମ ଅନୁସାରେ ହରିୟାଣା ୧୭୦୦ କ୍ୟୁସେକ ଜଳ ପାଇବା କଥା। ମାତ୍ର ବର୍ତ୍ତମାନ ୪୭୦୦ କ୍ୟୁସେକ ଜଳ ପାଉଛି। ଭାକ୍ରା ନଦୀବନ୍ଧ ପଞ୍ଜାବରେ ପ୍ରତିଷ୍ଠିତ। ଭାକ୍ରାନଙ୍ଗଲରୁ ନୂଆଦିଲ୍ଲୀ ଦୈନିକ ୨୭୦ ନିୟୁତ୍ ଗ୍ୟାଲେନ ଜଳ ପାଉଥିବାରୁ ଦିଲ୍ଲୀରେ ବି ରାଜନୀତି ଜୋର ଧରିଛି। ପଞ୍ଜାବ ଆପ୍ ସରକାର ଉପରେ ବର୍ଷିଛନ୍ତି ଦିଲ୍ଲୀ ସରକାର। ପଞ୍ଜାବରେ ପ୍ରତିଷ୍ଠିତ ପୋଙ୍ଗ ଓ ରଞ୍ଜିତ ସାଗର ନଦୀବନ୍ଧର ଜଳ ହରିୟାଣାକୁ ଛାଡିବା ଲାଗି କେନ୍ଦ୍ରର ନିର୍ଦ୍ଦେଶକୁ ବି ପଞ୍ଜାବ ସରକାର ସମାଲୋଚନା କରିଛନ୍ତି।

Latest Posts

Don't Miss