ଟ୍ରାକ୍ଟର ଓଲଟି ଚାଲିଗଲା ୩ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଟ୍ରାକ୍ଟର ଓଲଟି ତିନି ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବାହାଦୁରନଗରରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଲେ ଗୋଟିଏ ପରିବାରର ଜେଜେ ବାପା , ମାଆ, ନାତି ଓ ଦୁଇ ପୁତୁରା । କାଳବୈଶାଖୀ ସମୟରେ ଟ୍ରାକ୍ଟରରେ ବିଲକୁ ଯାଇ ଫେରୁଥିବା ବେଳେ ବାହାଦୁରନଗର ଠାରେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ତଳକୁ ଓଲଟି ପଡିଥିଲା । ଯାହା ଫଳରେ ଟ୍ରାକ୍ଟରରେ ଥିବା ଜେଜେ ମା, ଜେଜେ ବାପା ଓ ନାତି ଟ୍ରାକ୍ଟର ତଳେ ଚାପି ହୋଇଥିଲେ। ଅନ୍ୟ ଦୁଇ ଜଣ ଛିଟିକି କି ପଡ଼ିଥିଲେ। ଘଟଣା ସ୍ଥଳରୁ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଥିଲା । ସେଠାରେ ତାଙ୍କ ର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।