୧୧ ବର୍ଷ ବୟସରେ ଭିଣୋଇଙ୍କ ସହ ହୋଇଥିଲା ବିବାହ, ୨୩ ବର୍ଷରେ ଦିଅରଙ୍କ ସହ ହେଲେ ଫେରାର

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନରୁ ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି । ଜଣେ ଯୁବତୀ ନିଜ ଦିଅରଙ୍କ ସହ ଫେରାର ହୋଇ ଯାଇଛି । ଏବେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ବାଲ୍ୟ ବିବାହ କରିଥିଲେ ଏହି ଯୁବତୀ । ବଡ଼ ଭଉଣୀଙ୍କ ଦେହାନ୍ତ ପରେ ମାତ୍ର ୧୧ ବର୍ଷ ବୟସରେ ନିଜ ଭିଣୋଇଙ୍କୁ ବିବାହ କରିଥିଲେ । ଉଭୟଙ୍କ ସମ୍ପର୍କ ବେଶ ହସ ଖୁସିରେ ଚାଲିଥିଲା । ମାତ୍ର ଏବେ ୨୩ ବର୍ଷ ବୟସରେ ତାଙ୍କ ଦିଅରଙ୍କ ପ୍ରେମରେ ପଡ଼ି ସ୍ବାମୀଙ୍କୁ ଛାଡ଼ି ଦିଅରଙ୍କ ସହ ଫେରାର ହୋଇଯାଇଛନ୍ତି ।
ଏବେ ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି କି, ଭଉଣୀ ମରିବା ପରେ ମୋତେ ଭିଣୋଇଙ୍କ ସହ ବିବାହ କରିଥିଲେ । ଉଭରୀଙ୍କ ପିଲାଙ୍କୁ ମୁଁ ଲାଳନ ପାଳନ କରୁଥିଲି । ସ୍ବାମୀ କେବେ ମଧ୍ୟ ପ୍ରେମ କରୁନଥିଲେ । ସେ ସବୁବେଳେ ମଦ ପିଇ ଆସନ୍ତି । ମୋତେ ମାଡ଼ ମାରିନ୍ତି । ଏପରିକି ଶାଶୁ ଶ୍ବଶୁର ମଧ୍ୟ ଏହାକୁ ବିରୋଧ କରୁନଥିଲେ । ମାତ୍ର ଦିଅର ତାଙ୍କୁ ସବୁବେଳେ ସମର୍ଥନ କରୁଥିଲେ । ଏଣୁ ତାଙ୍କ ପ୍ରତି ଭଲ ପାଇବା ବଢ଼ିଗଲା । ଆମେ ଘର ଛାଡ଼ି ପଳାଇ ଆସିଛୁ । ଆମକୁ ସୁରକ୍ଷା ଦିଅନ୍ତୁ ବୋଲି ସେମାନେ ପୋଲିସ ନିଜଟରେ ଜଣାଇଛନ୍ତି ।