ଦିନେ ଡ୍ରେସିଂ ରୁମରେ କାନ୍ଦୁଥିଲେ, ଆଜି ବୋଲରଙ୍କୁ କନ୍ଦାଉଥିବା ବୈଭବଙ୍କ ସଫଳତା ପଛର କାହାଣୀ..

1 min read

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ସିଜିନ ବେଶ ରୋମାଞ୍ଚକ ହେବାରେ ଲାଗିଛି । ଗୁଜୁରାଟ ଜାଏଣ୍ଟ୍ସ ବିପକ୍ଷରେ ୩୮ ବଲରେ ଶତକ ମାରିଥିଲେ । ଯେଉଁଥିରେ ୧୧ ଛକା ଏବଂ ୭ ଚୌକା ସାମିଲ ରହିଛି । ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଏଭଳି ପ୍ରଦର୍ଶନ ପରେ ସାରା ବିଶ୍ବ ଏବେ ତାଙ୍କର ଫ୍ୟାନ ପାଲଟି ଯାଇଛନ୍ତି । ଯୁବ ପ୍ରତିଭାଙ୍କ ଖେଳ ସମସ୍ତଙ୍କ ହୃଦୟକୁ ଛୁଇଁଛି । ଯେଉଁଥି ପାଇଁ ସମସ୍ତେ ତାଙ୍କ ଲାଗି ଷ୍ଟାଟସ ରଖୁଥିବା ମଧ୍ୟ ନଜର ଆସୁଛି । ତେବେ ଏହି ପ୍ରତିଭାଙ୍କ ସଫଳତା ପଛରେ ଭିଭିଏସ ଲକ୍ଷ୍ମଣଙ୍କ ବହୁତ ବଡ଼ ଅବଦାନ ରହିଥିବା ଶୁଣିବାକୁ ମିଳୁଛି । ପ୍ରଥମେ ଲକ୍ଷ୍ମଣ ତାଙ୍କ ପ୍ରତିଭା ସମ୍ପର୍କରେ ଜାଣି ସୁଯୋଗ ଦେଇଥିଲେ । ଆଉ ଏବେ ତାଙ୍କ ପ୍ରଦର୍ଶନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ଦିନେ ସେ ଡ୍ରେସିଂ ରୁମରେ ବସି କାନ୍ଦୁଥିଲେ । କିନ୍ତୁ ଏବେ ବିଶ୍ବର ବଡ଼ ବଡ଼ ବୋଲରଙ୍କୁ କନ୍ଦାଉଛନ୍ତି । ବିଶ୍ବର ବଡ଼ ବଡ଼ ବୋଲରଙ୍କ ବଲରେ ଛକା, ଚୌକା ମାରି ଧରାଶାୟୀ କରୁଛନ୍ତି । ତେବେ ବିହାରରେ ଆୟୋଜିତ ଏକ ଟୁର୍ଣ୍ଣାମେଣ୍ଟ ବୈଭବ ଚମତ୍କାର ପ୍ରଦର୍ଶନ କରିଥିଲେ । ଯେଉଁ ମ୍ୟାଚକୁ ଦେଖିଥିବା ଭିଭିଏସ ଲକ୍ଷ୍ମଣ । ଏହାପରେ ତାଙ୍କୁ ଅଣ୍ଡର-୧୯ ଦଳରେ ସାମିଲ କରିବାକୁ ସୁପାରିଶ କରିଥିଲେ । ଏପରିକି ତାଙ୍କ ଦଳରେ ସାମିଲ କରାଯାଇଥିଲା । ଆଉ ସେ ମାତ୍ର ୩୬ ରନ କରି ଆଉଟ୍ ହୋଇଥିଲେ । ଆଉ ଆଉଟ୍ ହେବା ପରେ ସେ ଡ୍ରେସିଂ ରୁମରେ ବସିକାନ୍ଦୁଥିଲେ । ଆଉ ତାଙ୍କୁ ଦେଖି ଲକ୍ଷ୍ମଣ ବୁଝାଇଥିଲେ । କହିଥିଲେ କି, ଆମେ ଚାହୁଁଛୁ ଯେଉଁ ଖେଳାଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳି ପାରିବ ସେମିତି ଚୟନ କରୁଛୁ । ଆଉ ରାଜସ୍ଥାନ ରୟାଲ୍ସ ଦଳରେ ତାଙ୍କୁ ସାମିଲ କରିବା ଲାଗି ଦ୍ରାବିଡଙ୍କ ସହ କଥା ହୋଇଥିଲେ ଲକ୍ଷ୍ମଣ । ୧.୧୦ କୋଟି ଟଙ୍କାରେ ଦଳରେ ସାମିଲ ହୋଇଥିଲେ । ସାମସନ ଆହତ ହେବା ପରେ ତାଙ୍କ ସ୍ଥାନରେ ଖେଳି ଉଚ୍ଚ କୋଟିର ପ୍ରଦର୍ଶନ ଜାରି ରଖିଛନ୍ତି ।