ପାଣିରେ ପଡ଼ିଲା କେକେଆରର କୋଟି କୋଟି ଟଙ୍କା! ଫେଲ୍ ମାରୁଛନ୍ତି ଦାମୀ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ଗତବର୍ଷର ଚାମ୍ପିୟନ ଟିମ କୋଲକାତା ନାଇଟ ରାଇଡର୍ସ ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି । ଦଳ ଯେଉଁ ଖେଳାଳିଙ୍କୁ ଅଧିକ ଟଙ୍କାରେ କିଣିଥିଲା ସେମାନେ ଫେଲ୍ ମାରୁଛନ୍ତି । ପାଖାପାଖି ୫୦ କୋଟି ଟଙ୍କାର ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ମାତ୍ର ଯାହାଙ୍କୁ ପଛରେ ଟିମରେ ସାମିଲ କଲା ସେ ଏବେ ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି । ତଥାପି ଦଳର ପ୍ରଦର୍ଶନ ପଏଣ୍ଟ ଟେବୁଲରେ ଖରାପ ରହିଛି । ଶେଷ ୬ଟି ଯାକ ମ୍ୟାଚ ଜିତିଲେ ଦଳ କ୍ବାଲିଫାୟର ଖେଳିବାର ଆଶା ଉଜ୍ଜିବିତ ହେବ । ତେବେ କହି ରଖୁଛୁ କି, ଦଳ ଭେଙ୍କେଟସ ଆୟାରଙ୍କୁ ୨୩.୭୫ କୋଟି ଟଙ୍କାରେ ରିଟେନ୍ କରିଥିଲେ । ରସେଲ ୧୨ କୋଟି ଏବଂ ରିଙ୍କୁ ସିଂ ୧୩ କୋଟିରେ ମଧ୍ୟ ଦଳରେ ଅଛନ୍ତି । ତେବେ ପାଖାପାଖି ୫୦ କୋଟିର ଏହି ତିନି ଖେଳାଳି ଆଖି ଦୃଷ୍ଟିଆ ପ୍ରଦର୍ଶନ କରିନାହାନ୍ତି । ସୋମବାର ଗୁଜୁରାଟ ବିପକ୍ଷ ମ୍ୟାଚରେ ଏମାନେ ଦଳକୁ ବିଜୟ କରିବେ ବୋଲି ଆଶା ରଖାଯାଇଥିଲା । ମାତ୍ର ସେମାନେ ସେଭଳି କିଛି ପ୍ରଦର୍ଶନ କରିପାରିନଥିଲେ । ତେବେ ବାକି ମ୍ୟାଚରେ ଦଳର ପ୍ରଦର୍ଶନ କିଭଳି ରହିବା ତାହା ଦେଖିବାକୁ ବାକି ରହିଲା ।