ଶେଖ ହସିନାଙ୍କ ବିରୋଧରେ ରେଡ କର୍ନର ନୋଟିସ ପାଇଁ ବାଂଲାଦେଶର ଅନୁରୋଧ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋରେ ରେଡ୍ କର୍ନର ନୋଟିସ୍ ପାଇଁ ବାଂଲାଦେଶ ସରକାରଙ୍କ ପକ୍ଷରୁ ଇଣ୍ଟରପୋଲକୁ ଅନୁରୋଧ କରାଯାଇଛି । କାମଚଳା ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ଶେଖ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ରେଡ୍ କର୍ନର ନୋଟିସ୍ ଜାରି କରିବାକୁ ଅନୁରୋଧ କରାଯାଇଛି ।

ହସିନାଙ୍କ ବିରୋଧରେ ଗଣହତ୍ୟା ସମେତ ୧୦୦ରୁ ଅଧିକ ମାମଲା ଅଛି । ମଧ୍ୟବର୍ତ୍ତୀକାଳୀନ ସରକାରକୁ ଭାଙ୍ଗିବା ଓ ଗୃହଯୁଦ୍ଧକୁ ଉସୁକାଇବା ଭଳି ସଙ୍ଗୀନ ଅଭିଯୋଗରେ ହସିନା ଓ ଅନ୍ୟ ୭୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯଦି ବିରୋଧରେ ଇଣ୍ଟରପୋଲ ରେଡ୍ କର୍ନର ନୋଟିସ୍ ଜାରି କରେ, ଅଭିଯୁକ୍ତକୁ ଚିହ୍ନଟ କରିବା, ବିଦେଶରେ ଥିଲେ ପ୍ରତ୍ୟାପଣ କରିବାର ପ୍ରାବଧାନ ରହିଛି । ଇଣ୍ଟରପୋଲ୍ ଜରିଆରେ ଏହି କାମ କରାଯାଇଥାଏ ।

କୌଣସି ପଳାତକଙ୍କ ସଂପର୍କରେ ସୂଚନା ମିଳିଲେ, ସେହି ସୂଚନା ଇଣ୍ଟରପୋଲକୁ ପଠାଯାଏ । ଶେଖ ହସିନାଙ୍କୁ ଗିରଫ କରିବା ପାଇଁ ଆଗରୁ ଇଣ୍ଟରପୋଲର ସାହାଯ୍ୟ ଲୋଡ଼ିବାକୁ ପୋଲିସ ହେଡକ୍ଵାର୍ଟରକୁ ଅନୁରୋଧ କରାଯାଇଥିଲା । ଗତ ଅଗଷ୍ଟରେ ବାଂଲାଦେଶରେ ବିଶାଳ ଛାତ୍ର ଆନ୍ଦୋଳନରେ ହସିନା ସରକାରର ପତନ ହୋଇଥିଲା । ସେହି ଦିନଠାରୁ ସେ ଭାରତରେ ଅଛନ୍ତି ।