ସଦୃଢ଼ ହେବ ରାଜ୍ୟ ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ଶାଖା, ସୃଷ୍ଟି ହେଲା ୨ ହଜାର ନୂଆ ପଦବୀ

1 min read

ଭୁବନେଶ୍ବର: ସଦୃଢ ହେବ ରାଜ୍ୟ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା । ସୃଷ୍ଟି ହେଲା ୨ ହଜାର ନୂଆ ପଦବୀ । ରାଜ୍ୟସ୍ତରରେ ୭୦, ଜିଲ୍ଲା ସ୍ତରରେ ୧୯୩୦ ପଦବୀ ସୃଷ୍ଟି ହୋଇଛି । ରାଜ୍ୟସ୍ତରୀୟ ସେଟ-ଅପରେ ଗୋଟିଏ ADGP/IGP ପଦବୀ, ଗୋଟିଏ DIG-ପୋଲିସ , ୨ଟି ଏସପି , ୪ଟି ଡିଏସପି, ୬ଟି ଇନସପେକ୍ଟର, ୮ଟି ଏସଆଇ. ୮ଟି ଏଏସଆଇ, ୨୨ଟି କନଷ୍ଟେବଳ, ୧୦ଟି ଡ୍ରାଇଭର, ଗୋଟିଏ ଏଷ୍ଟାବ୍ଲିସମେଣ୍ଟ ଅଫିସର, ଗୋଟିଏ ସେକ୍ସନ ଅଫିସର, ୩ଟି ଏଏସ୍ଓ ଓ ୩ଟି ଜୁନିଅର ଆସିଷ୍ଟାଣ୍ଟ ପାଇଁ ପଦବୀ ସୃଷ୍ଟି ହୋଇଛି। ଏପରି ସମୁଦାୟ ୭୦ଟି ପଦବୀ ସୃଷ୍ଟି ହୋଇଛି। ସେହିପରି ଜିଲ୍ଲାସ୍ତରୀୟ ସେଟ-ଅପ୍‌ରେ ୫ଟି ଡି.ଏସ୍‍.ପି. ପଦବୀ,୪୧ଟି ଇନ୍‍ସପେକ୍ଟର, ୮୩ଟି ସବ୍‍- ଇନ୍‍ସପେକ୍ଟର, ୮୩ଟି ଏ.ଏସ୍‍.ଆଇ, ୩୧୦ ହାବିଲ୍‍ଦାର, ଓ ୧୪୦୮ଟି କନଷ୍ଟେବଳ ପାଇଁ ପଦବୀ ସୃଷ୍ଟି କରାଯାଇଛି। ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି ।

ଏହାଦ୍ୱାରା ରାଜ୍ୟର ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ସଡକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।.. ..