ବିକାଶ ସହ ତାରାତାରିଣୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

1 min read

ଭୁବନେଶ୍ୱର: ଝଲସିବ ରାଜ୍ୟ ପର୍ଯ୍ୟଟନ । ଆହୁରି ସୁନ୍ଦର ଦିଶିବ ଦେବାଦେବୀ ପୀଠ ଓ ଐତିହ୍ୟସ୍ଥଳୀ । ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ଓ କୋଣାର୍କ ଭଳି ହେବ ଗଞ୍ଜାମ ତାରାତାରିଣୀ ପୀଠ । ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଅନୁରୂପ ଭାବେ ହେବ । ରାଜ୍ୟ ସରକାର ତାରାତାରିଣୀର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।5T ସଚିବ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା ପରେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ପ୍ରକାଶ ପାଇଛି । ଆଜି 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଗଞ୍ଜାମ ଗସ୍ତରେ ଯାଇ ତାରାତାରିଣୀ ପୀଠ ପରିଦର୍ଶନ କରିଥଲେ । ମନ୍ଦିରର ବିକାଶ, ଯାତ୍ରୀମାନଙ୍କ ସୁବିଧା ଓବଂ ଋଷିକୂଲ୍ୟା ମୂହାଣର ବିକାଶ ନେଇ ଆଲୋଚନା କରିଛନ୍ତି ।ହିଞ୍ଜିଳି ବ୍ଲକ ଓ ମ୍ୟୁନିସିପାଲିଟିର ୨୬ଟି ହାଇସ୍କୁଲ ହାଇସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ସହ ବିଦ୍ୟାଳୟର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ହାଇସ୍କୁଲ ଶିକ୍ଷା, ପାନୀୟଜଳ, ସଡ଼କ, ସ୍ୱାସ୍ଥ୍ୟସେବା, ବିଜୁଳି ଯୋଗାଣ ଓ ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି ।

Leave a Reply