ବଲାଙ୍ଗୀରରେ ଯୁବକଙ୍କୁ ନିର୍ମମ ହତ୍ୟା, ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା
1 min read
ବଲାଙ୍ଗୀର: ବଲାଙ୍ଗୀର ସରଗାର୍ଡ ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା । ମୃତ ଯୁବକ ଜଣକ ହେଲେ ଅରୁଣ ସାଏ ପଟେଲ । ଗତକାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିଥିଲେ । ପଡୋଶୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ତାପରେ ପଡୋଶୀ ଉମାକାନ୍ତ ନାଏକଙ୍କ ଘର ସମ୍ମୁଖକୁ ଯାଇ ଗାଳିଗୁଲଜ କରିଥିଲେ । ବହୁ ସମୟ ଧରି ନିଶାସକ୍ତ ଅବସ୍ଥାରେ ଅରୁଣ ଆତଙ୍କ ସୃଷ୍ଟି କରିବାରୁ ଉମାକାନ୍ତ ଘରୁ ବାହାରି ପ୍ରତିବାଦ କରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଉମାକାନ୍ତ ଓ ତାଙ୍କ ବାପା ମିଶି ଅରୁଣକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି I ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ ବାପ ପୁଅ ଫେରାର ହୋଇଯାଇଛନ୍ତି I ଗାଁରେ ମୃତଦେହ ପଡି ରହିଥିବା ବେଳେ ସଦର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ସାଇଣ୍ଟିଫିକ୍ ଟିମ୍ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।