ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଦୀପଦାନ କଲା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସର ନାରୀ ସୁରକ୍ଷା ସମାବେଶ ବେଳେ କଂଗ୍ରେସ କର୍ମୀ, ପୋଲିସ ଓ ସାଧାରଣ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଆସୁ ଆରୋଗ୍ୟ କାମନା କରିବା ପାଇଁ ଦୀପଦାନ କଲା କଂଗ୍ରେସ । କଂଗ୍ରେସ ଭବନରୁ ବାହାରି ସମସ୍ତ ବିଧାୟକ ଘଣ୍ଟ ବାଡେଇ ପଦଯାତ୍ରା କରି ଆର୍ଯ୍ୟ ସଂସ୍କୃତି ମନ୍ଦିର ଦୀପ ଜାଳିଥିଲେ । ସମସ୍ତ ଆହତ ବ୍ୟକ୍ତିଙ୍କ ଆସୁ ଅରୋଗ୍ୟ କାମନା କରିଥିଲେ । ବିଜେପି ସରକାର ନାରୀ ମାନେ ଅସୁରକ୍ଷିତ ହୋଇଛନ୍ତି । ଭଗବାନ ବିଜେପି ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସେମାନେ ପ୍ରାର୍ଥନା କରିଥିବା କହିଛନ୍ତି । ସମାବେଶରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ନ କରି ନାରୀ ସୁରକ୍ଷା ଓ ଅପରାଧୀଙ୍କ ବିରୋଧରେ ପୋଲିସକୁ ସରକାର ଲଗାନ୍ତୁ ବୋଲି ଦଳ ପରାମର୍ଶ ଦେଇଛି ।