spot_img

Latest Posts

ଦମ ଦେଖାଇବ କଂଗ୍ରେସ : ବିଜେପି ସରକାରର ଶାସନ ଗାଦିକୁ ଦୋହଲାଇ ପାଇଁ ବଡ଼ ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ : ଦମ ଦେଖାଇବ କଂଗ୍ରେସ। ବିଜେପି ସରକାରର ଶାସନ ଗାଦିକୁ ଦୋହଲାଇ ପାଇଁ ବଡ଼ ପ୍ରସ୍ତୁତି। ପିସିସି ସଭାପତି ଦାୟିତ୍ୱ ପରେ ଭକ୍ତ ଦାସଙ୍କ ନେତୃତ୍ୱରେ ରାଜଧାନୀରେ ବିଶାଳ ସମାବେଶ କରିବ କଂଗ୍ରେସ। ରାଜ୍ୟରେ ବଢିଥିବା ମହିଳା ନିର୍ଯାତନା ଓ ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା ନେଇ ପୂର୍ବରୁ ରାଜ୍ୟବ୍ୟାପୀ ବିକ୍ଷୋଭ କରିଥିଲା ଦଳ।ଏହାପରେ ବିଧାନସଭାରେ ଦଳର ବିଧାୟକ ସରକାରଙ୍କୁ ଘେରିଥିଲେ। କିନ୍ତୁ ମହିଳାଙ୍କୁ ନ୍ୟାୟ ବଦଳରେ କଂଗ୍ରେସ ସଦସ୍ୟଙ୍କୁ ମିଳିଲା ଦଣ୍ଡ। ଯାହାକୁ ନେଇ ବିଧାନସଭାରେ ଏବେବି ପ୍ରତିବାଦ ଜାରି ରହିଛି। ଆସନ୍ତା ୨୭ରେ କଂଗ୍ରେସ ନିଜର ଦମ ଦେଖାଇବାକୁ ଜୋରଦାର ପ୍ରସ୍ତୁତି କରୁଛି। ନାରୀ ସୁରକ୍ଷା ନେଇ ବିଧାନସଭା ଘେରାଉ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ କଂଗ୍ରେସ କର୍ମୀ ଓ ନେତା ସାମିଲ ହେବେ। ରାଜ୍ୟରେ ପ୍ରାୟ ୪୫ ହଜାରରୁ ଅଧିକ ନାରୀ ନିଖୋଜ ଅଛନ୍ତି।ସରକାର ମହିଳା ସଶକ୍ତ କଥା କହୁଛନ୍ତି। କିନ୍ତୁ ଏହା କଣ ନାରୀ ସୁରକ୍ଷା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ବିଜେପି ସରକାରର ୯ ମାସରେ ୧୨.୯ ହାରରେ ମହିଳାଙ୍କ ଉପରେ ହୋଇଛି ଅପରାଧ। ବିଭିନ୍ନ ଥାନାରେ ୧୬ଶହ ମାମଲା ରୁଜୁ ହୋଇଛି। ଆନ୍ଦୋଳନକୁ ସଫଳ କରିବାକୁ ଜନତାଙ୍କୁ ଆହ୍ଵାନ କରିଛି କଂଗ୍ରେସ ।

ଆସନ୍ତା ୨୭ ତାରିଖରେ ବିଜେପି ସତର୍କ ଓ ସଜାଗ ରହିବାକୁ ଚେତାଇଛି କଂଗ୍ରେସ। ରାଜ୍ୟର ମା, ଭଉଣୀ, ମହିଳା ସମସ୍ତେ ନିର୍ଯାତିତ। ବିଧାନସଭାରେ ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ବି ସରକାର ଶୁଣୁନାହାନ୍ତି। ତେଣୁ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଅଧିକ ସଂଖ୍ଯାରେ ମହିଳା ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଛି କଂଗ୍ରେସ । ଆନ୍ଦୋଳନ ଏଭଳି ହେବ ଯାହା ଫଳରେ ମହିଳାଙ୍କ ସ୍ୱାର୍ଥ ରକ୍ଷା କରିବାକୁ ବିଜେପି ସରକାର ବାଧ୍ୟ ହେଵ କହିଛି ଦଳ ।

Latest Posts

Don't Miss