ମାର୍ଚ୍ଚ ଆରମ୍ଭରୁ ଶୁଖିଗଲାଣି ଝାରସୁଗୁଡ଼ାର ଲାଇଫଲାଇନ୍ ଇବ ନଦୀ

ନନ୍ଦିଘୋଷ ବ୍ୟୁରୋ: ପଡୋଶୀ ଛତିଶଗଡରେ ମହାନଦୀ ଉପରେ ବ୍ୟାରେଜ ନିର୍ମାଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ମହାନଦୀରେ ପାଣି ଦିନକୁ ଦିନ କମିବାରେ ଲାଗିଛି । ଯାହାର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ ଜିଲ୍ଲାବାସୀଙ୍କୁ ଏବେ ଚିନ୍ତାରେ ପକାଇଛି । ମାର୍ଚ୍ଚରୁ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଏବେ ଶୁଷ୍କ ଅବସ୍ଥାରେ । ଯେଉଁଠି ଦେଖିଲେ ଖାଲି ବାଲି ହିଁ ବାଲି । ମରୁଭୂମି ପରି ଲାଗୁଛି ନଦୀ ଗର୍ଭ । ଯାହାର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାର ବିନିକା ଠାରୁ ଆରମ୍ଭ କରି ବୀରମହାରାଜପୁର ପର୍ଯ୍ୟନ୍ତ ପ୍ରାୟ ୮୦ କିମିରୁ ଉର୍ଦ୍ଧ୍ୱହେବ ମହାନଦୀ ପ୍ରବାହିତ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ନଦୀଗର୍ଭ ମରୁଭୂମି ପାଲଟିଗଲାଣି । ସାଧାରଣତଃ ମହାନଦୀ ଜଳ ଉପରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ନିର୍ଭରଶୀଳ । ମହାନଦୀରୁ ଜଳସେଚିତ ହୋଇ ଚାଷ ହେଉଥିବା ବେଳେ ଜଳର ଅଭାବ ଏବେ ରବି ଋତୁରେ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଅନ୍ଯପଟେ ସମଗ୍ର ଜିଲ୍ଲାକୁ ମହାନଦୀରୁ ପାଣି ଯୋଗାଣ ହୋଇଥାଏ । ତେଣୁ ନଦୀର ଜଳସ୍ତର କମିବାରୁ ଏବେ ଚିନ୍ତାରେ ଚାଷୀ ଓ ମତ୍ସ୍ଯଜୀବୀ ।
ଚିରସ୍ରୋତା ମହାନଦୀ କୂଳରେ ଗଢି ଉଠିଥିବା ପ୍ରାଚୀନ ସୁବର୍ଣ୍ଣପୁର ସହର ସଂପୂର୍ଣ୍ଣ ନିର୍ଭର କରିଥାଏ ମହାନଦୀ ଜଳ ଉପରେ । ହେଲେ ଧିରେ ଧିରେ ନଦୀର ସ୍ରୋତ ମଧ୍ୟ କମିବାରେ ଲାଗିଛି । ରାଜ୍ୟର ଉପର ମୁଣ୍ଡରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ କରି ପାଣିକୁ ଅଟକାଇ ଥିବା ବେଳେ ରାଜନୀତି ନକରି ପାଣି ଛାଡିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଅନ୍ଯପଟେ ସାରା ରାଜ୍ୟରେ ମହାନଦୀର ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ହୀରାକୁଦ ଜଳଭଣ୍ଡାରର ତଳ ମୁଣ୍ଡରେ ଛୋଟ ଛୋଟ ବ୍ୟାରେଜ ନିର୍ମାଣ ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ।