ଚେନ୍ନାଇ ବିପକ୍ଷ ମ୍ୟାଚରେ ଖେଳିବେନି ପାଣ୍ଡ୍ୟା, କହିଲେ କିଏ ହେବେ ଅଧିନାୟକ

1 min read

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ । ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ । ସେପଟେ ଦ୍ବିତୀୟ ମ୍ୟାଚରେ ୫ ଥର ଲେଖାଏଁ ଆଇପିଏଲ ଟ୍ରଫି ଜିତିଥିବା ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଟକ୍କର ହେବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପ୍ରଥମ ମ୍ୟାଚରେ ନଜର ଆସିବେନି ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ସେ କାହିଁକି ଖେଳିବେ ନାହିଁ ଏବଂ ତାଙ୍କ ସ୍ଥାନରେ କିଏ ଅଧିନାୟକ ହେବେ ସେନେଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ପ୍ରେସମିଟ୍ କରି ଜଣାଇଛନ୍ତି ।

କାହିଁକି ଖେଳିବେନି ପାଣ୍ଡ୍ୟା

ଚଳିତ ସିଜିନର ପ୍ରଥମରୁ କାହିଁକି ଖେଳିବେନି ଷ୍ଟାର ଅଲରାଉଣ୍ଡର ତଥା ମୁମକବାଇ ଇଣ୍ଡିଆନ୍ସର ଅଧିନାୟକ । ଏମିତି ପ୍ରଶ୍ନ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉଠିଥିବାବେଳେ ଏହାର ଉତ୍ତର ରଖିଛନ୍ତି ପାଣ୍ଡ୍ୟା । ଗତ ସିଜିନରେ ୩ଟି ମ୍ୟାଚରେ ସ୍ଲୋ ବୋଲିଂ କରିଥିବାରୁ ଆଇପିଏଲ ନିୟମ ଅନୁସାରେ ଦଣ୍ଡିତ ହୋଇଛନ୍ତି ହାର୍ଦ୍ଦିକ । ତେବେ ନିୟମ ଅନୁସାରେ ଗୋଟିଏ ମ୍ୟାଚ ଖେଳିପାରିବେ ନାହିଁ ଅଧିନାୟକ । ଗତ ବର୍ଷର ଶେଷ ମ୍ୟାଚରେ ସ୍ଲୋ ବୋଲିଂ ସହ ତୃତୀୟ ମ୍ୟାଚ ହୋଇଥିଲା । ଏଣୁ ଚଳିତ ବର୍ଷର ପ୍ରଥମ ମ୍ୟଚରେ ଖେଳିବେନି ବୋଲି କହିଛନ୍ତି ପାଣ୍ଡ୍ୟା । ସେପଟେ ତାଙ୍କ ବଦଳରେ ଦଳର ଅଧିନାୟକ ପଦ ସମ୍ଭାଳିବେ ସୂର୍ଯ୍ୟ କୁମାର ଯାଦବ । ଟି-୨୦ରେ ପୂର୍ବରୁ ଭାରତୀୟ ଦଳ ପାଇଁ ଅଧିନାୟକ ପଦ ସମ୍ଭାଳିଥିବା ସୂର୍ଯ୍ୟଙ୍କର ଅଭିଜ୍ଞତା ରହିଛି । ଏଣୁ ଦଳ ପ୍ରଥମ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।