ସାବତ ମା’ କଥାରେ ପୁଅକୁ ପେଟ୍ରୋଲ ଢ଼ାଳି ମାରିବାକୁ ଉଦ୍ୟମ କଲା ବାପା

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଳବାହାଳୀ ଗାଁରେ ଅଭାବନୀୟ ଘଟଣା । ସାବତ ମାର ସହଯୋଗରେ ନିଜ ପୁଅକୁ ପେଟ୍ରୋଲ ଢାଳି ନିଆଁଲଗାଇ ମାରି ଦେବାକୁ ବାପା ଉଦ୍ୟମ । ଜଳିଯାଇ ୧୮ ବର୍ଷୀୟ ପୁଅ ଦଶରଥ ଭୂମିଜ ଗୁରୁତର । ରାଉରକେଲା ସରକାରୀ ଡାକ୍ତରଖାନାରେ ଗୁରୁତର ଦଶରଥ ଭୂମିଜଙ୍କର ଚିକିତ୍ସା ଚାଲିଛି । ଗତ ୧୪ ତାରିଖ ରାତିରେ ପୁଅ ଶୋଇଥିବା ସମୟରେ ଦ୍ଵିତୀୟ ପତ୍ନୀଙ୍କ ସହଯୋଗରେ ବାପା ସମରା ଭୂମିଜ ପୁଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଘରର କବାଟ ବନ୍ଦ କରିଦେଇଥିଲା । ବାପା ପେଟ୍ରୋଲ ଢାଳି ଜାଳି ମାରିଦେବାକୁ ଉଦ୍ୟମ କରିଥିବା ପୁଅ ଦଶରଥ ଭୂମିଜ ଅଭିଯୋଗ କରିଛନ୍ତି ।  ଏ ସମ୍ପର୍କରେ ଲହୁଣୀପଡ଼ା ଥାନାରେ ଅଭିଯୋଗ ପରେ ଲହୁଣୀପଡ଼ା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ବାପା  ଦ୍ଵିତୀୟ ବିବାହ କରିବା ପରେ ଭଲ ପାଉନଥିବା ଓ ବିଭିନ୍ନ ସମୟରେ ମାଡ଼ ମାରୁଥିବା ପୁଅ ଦଶରଥ ଭୂମିଜ ଅଭିଯୋଗ କରିଛନ୍ତି ।