ହସ୍ପିଟାଲରେ ମୃତ୍ୟୁକୁ ଅପେକ୍ଷା କରିଛି ଲସ୍କର ମୁଖ୍ୟ ହାଫିଜ୍ ସଇଦ୍, ଅଜ୍ଞାତ ଆତତାତୀୟଙ୍କ ଗୁଳିର ହୋଇଥିଲା ଶିକାର
1 min read
ନନ୍ଦଘୋଷ ବ୍ୟୁରୋ: ପାକିସ୍ତାନରୁ ବଡ ଖବର ଆସୁଛି । ଲସ୍କର-ଇ-ତୋଏବା ମୁଖ୍ୟ ହାଫିଜ ସୟିଦ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ନିହତ ହୋଇଥିବା ଖବର ଆସୁଛି । ଏହା ସହିତ ଖବର ଆସୁଛି ଯେ, ହଫିଜ୍ ଏବେ ମଧ୍ୟ ଜୀବିତ ଅଛି ଓ ତାକୁ ସେନା ଡାକ୍ତରଖାନରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ ସେ ପାକିସ୍ତାନର ଝେଲମରୁ ନିଜ ଆଶ୍ରୟସ୍ଥଳୀକୁ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଆକ୍ରମଣରେ ତା’ ଡାହାଣ ହାତ ତଥା ପୁତୁତୁରା ଅବୁ କାତାଲ ନିହତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ହାଫିଜ ସୟିଦ ପାକିସ୍ତାନସେନାର କୋର କମାଣ୍ଡର ମଙ୍ଗଲାଙ୍କୁ ଭେଟି ନିଜ ଆଡ୍ଡାକୁ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଏହି ସମୟରେ ତା ସହିତ ତାହାର ଡାହାଣ ହାତ ବୋଲି କୁହାଯାଉଥିବା ଅବୁ କାତାଲ ମଧ୍ୟ ସାଥିରେ ଥିଲା । ଏହି ଆକ୍ରମଣରେ କାତାଲ ନିହତ ହୋଇଥିବା ବେଳେ ସଇଦ ଗୁରୁତର ଆହତ ହୋଇଥିଲା। ତାକୁ ନିକଟସ୍ଥ ରାୱଲପିଣ୍ଡିର ଏକ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
କିଏ ହାଫିଜ ସୟିଦ ?
ହାଫିଜ ସୟିଦ ଲସ୍କର-ଇ-ତୋଇବା ଓ ଜମାତ-ଉଦ-ଦାଓ୍ଵା (ଜେୟୁଡି)ର ପ୍ରତିଷ୍ଠାତା। ସେ ଭାରତରେ ହୋଇଥିବା ଅନେକ ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ରହିଛି। ହାଫିଜ ସୟିଦ ୨୦୦୮ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ, ଯେଉଁଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ ।
ଭାରତରେ କେଉଁକେଉଁ ଘଟଣା ପଛରେ ଥିଲା ହାଫିଜ୍ ?
୨୦୦୧: ସଂସଦ ଆକ୍ରମଣରେ ସମ୍ପୃକ୍ତି
୨୦୦୬: ମୁମ୍ବାଇ ଲୋକାଲ ଟ୍ରେନ୍ ବିସ୍ଫୋରଣ (୨୦୯ ଜଣଙ୍କ ମୃତ୍ୟୁ)
୨୦୦୮: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୧୬୬ ଜଣଙ୍କ ମୃତ୍ୟୁ)
୨୦୧୬: ଉରି ଆକ୍ରମଣ (୧୯ ଭାରତୀୟ ଯବାନ ସହିଦ)
୨୦୧୯: ପୁଲୱାମା ଆକ୍ରମଣ (୪୦ ସିଆରପିଏଫ୍ ଯବାନ ସହିଦ)
ଲସ୍କର-ଏ-ତୋଏବା ଓ ଆତଙ୍କବାଦ
୧୯୯୦ ଦଶକରେ ହାଫିଜ ସୟିଦ ଲସ୍କର-ଏ-ତୋଇବା ପ୍ରତିଷ୍ଠା କରିଥିଲା, ଯାହାକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସମର୍ଥନ କରିଥିଲା। ଏହି ସଂଗଠନ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ବେଳେ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି। ୨୦୦୨ରେ ଭାରତ ଓ ଆମେରିକା ଲସ୍କରକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପରେ ହାଫିଜ ସୟିଦ ଜମାତ-ଉଦ-ଦାୱା (ଜେୟୁଡି) ନାମରେ ଏକ ନୂଆ ସଂଗଠନ ଗଠନ କରିଥିଲା। ତେବେ ଏହି ସଂଗଠନ ଆତଙ୍କବାଦ ସମ୍ବନ୍ଧୀୟ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।
ମିଳିତ ଜାତିସଂଘ ହାଫିଜ ସୟିଦକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିଛି ଏବଂ ଆମେରିକା ତାଙ୍କ ଉପରେ ୧୦ ନିୟୁତ ଡଲାର (ପାଖାପାଖି ୮୩ କୋଟି ଟଙ୍କା) ପୁରସ୍କାର ଘୋଷଣା କରିଛି। ପାକିସ୍ତାନ ସରକାର ମଧ୍ୟ ତା ବିରୋଧେର ଲୋକଦେଖାଣିଆ ଭାବେ କିଛି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, କିନ୍ତୁ ତାକୁ ପାକ୍ ସେନା ସୁରକ୍ଷା ଯୋଗାଇ ଦେଉଥିଲା ।
୨୦୧୯ରେ ପାକିସ୍ତାନର ଏଫଏଟିଏଫର ଗ୍ରେ ଲିଷ୍ଟରେ ତାଙ୍କ ନାମ ଆସିବା ପରେ ପାକିସ୍ତାନ ହାଫିଜ ସୟିଦକୁ ଟେରର ଫଣ୍ଡିଂ ମାମଲାରେ ଗିରଫ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲା । ତେବେ ଏହା କେବଳ ଅନ୍ତର୍ଜାତୀୟ ଚାପର ପରିଣାମ ଥିଲା, କାରଣ ପାକିସ୍ତାନ ଏଥିପାଇଁ ଅନେକ ସମୟରେ ସୁରକ୍ଷା ଯୋଗାଇଥାଏ ।