ପାକିସ୍ତାନ ଟ୍ରେନ୍ ହାଇଜାକ୍ ଘଟଣା : ପ୍ରତ୍ୟେକ ଗୁଳିର ଜବାବରେ ୧୦ ବନ୍ଧକଙ୍କୁ ହାତ୍ୟା କରାଯିବ; ଚେତାବନୀ ଦେଲା BLA

1 min read

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ବଲୁଚିସ୍ତାନରେ ଏବେ ବି ବଳୁଚିସ୍ତାନ ଲେବରେଶନ ଆର୍ମି(BLA) କବ୍ଜାରେ ଅଛି ଜାଫର ଏକ୍ସପ୍ରେସ । ପାକିସ୍ତାନ ସେନା ବନ୍ଧକଙ୍କୁ ମୁକୁଳାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଏବଂ ଅପରେସନ ଜାରି ରଖିଛି । ଯାହା ଫଳରେ ବିଦ୍ରୋହୀମାନେ ଭୟଭୀତ ହୋଇଯାଇଛନ୍ତି । କିନ୍ତୁ ଭୟଭୀତ ଥାଇ ମଧ୍ୟ ସେମାନେ ପାକିସ୍ତାନ ସେନାଙ୍କୁ ନିଜ ଦାବି ପୂରଣ ପାଇଁ ୪୮ ଘଣ୍ଟା ସମୟ ଦେଇଛନ୍ତି , ନତେଚ୍ ପ୍ରତି ଘଣ୍ଟାରେ ୧୦ ବନ୍ଧକଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି।

ଅନ୍ୟପଟେ BLA କହିଛି ଯଦି ପାକିସ୍ତାନୀ ସେନା ଯଦି ଡ୍ରୋନରେ ଗୁଳିରେ ଆକ୍ରମଣ କରେ ତେବେ ୧୦ଜଣ ବନ୍ଧକଙ୍କୁ ହତ୍ୟା କରାଯିବ । ବିଦ୍ରୋହୀମାନେ ଏକ ବୟାନ ଜାରି କରି କହିଛନ୍ତି କି,  ଯଦି ସେମାନେ ଡ୍ରୋନରେ ଆକ୍ରମଣ ଆରମ୍ଭ କରନ୍ତି ତେବେ ଏହା ପାକିସ୍ତାନ ସେନାର ମୂର୍ଖତାପୂର୍ଣ୍ଣ କାର୍ଯ୍ୟ ହେବ । ଯାହା ଆମର ବନ୍ଦୀଙ୍କ ଅଦଳା-ବଦଳିର ଦାବିକୁ ଗମ୍ଭୀର ଭାବେ ନେଉଥିବା ଦର୍ଶାଇବ । ତେଣୁ ଆମ ଦାବି ପୂରଣ କରିବା ପାଇଁ ଆମେ ସେନାକୁ ୪୮ ଘଣ୍ଟାର ସମୟ ଦେଉଛୁ, ନଚେତ୍ ପ୍ରତି ଘଣ୍ଟାରେ ୧୦ ବନ୍ଧକଙ୍କ ମୁଣ୍ଡ କଟିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନୀ ସେନା ଯଦି ଆମ ଦାବିକୁ ଅଣଦେଖା କରେ ବା ଗମ୍ଭୀର ଭାବେ ନିଏନାହିଁ, ତେବେ ଏହାର ପରିଣାମ ଭୋଗିବାକୁ ପଡିବ । ପାକିସ୍ତାନୀ ସେନାର କାପୁରୁଷତାପୂର୍ଣ୍ଣ କାର୍ଯ୍ୟର ଆମେ ଜବାବ  ଦେବୁ । ଯଦି ସେମାନେ ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖେ ତେବେ ବନ୍ଧକଙ୍କ ଜୀବ ବାଜିରେ ଲାଗିବ ।