’ରଙ୍ଗ ବଦଳିଲେ ଶିକ୍ଷାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ’

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟର ରଙ୍ଗ ଗେରୁଆ କରାଯିବାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ରଙ୍ଗ ବଦଳିଲେ ଶିକ୍ଷାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ । ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ସଜଡ଼ାଗଲେ ଗୁଣାତ୍ମକ ଶିକ୍ଷା ମିଳିପାରିବ ବୋଲି କହିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ରଙ୍ଗ ପରିବର୍ତ୍ତନ କରିବାରେ ସରକାର ଯେତିକି ଅର୍ଥ ବ୍ୟୟ କରିବାକୁ ଯାଉଛନ୍ତି ସେହି ଅର୍ଥରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟ ଭିତ୍ତିଭୂମି ସଜାଡିବା ତଥା ଅନ୍ୟାନ୍ୟ ଆଵଶ୍ୟକତା ପୂରଣ କରିବାକୁ ଦାବି କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ସେହିପରି ଭଲ ମଧ୍ୟାହ୍ନଭୋଜନ ଦେଲେ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ପୁଷ୍ଟିକର ହେବ ବୋଲି କହିଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା। ସେପଟେ ବିଜେପି ସରକାରଙ୍କ ଏହା ପିଲାଳିଆମୀ ଓ ବାଚାଳାମି କହି ବର୍ଷିଲା ଓଡିଶା ସିଟିଜେନସ ଫୋରମ । ଫାଇଭଟି ଅଧୀନରେ ସ୍କୁଲର ବିକାଶ ହୋଇଥିଲା । ତେଣୁ ରଙ୍ଗ ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଓଡିଶା ସିଟିଜେନସ ଫୋରମର ସଭାପତି ଚିନ୍ମୟ ଦାସ ।