ଟଙ୍କା ପାଇଁ ମାନବିକତା ଭୁଲିଗଲା କି ହସ୍ପିଟାଲ ? ICUରୁ ଦୌଡ଼ି ଆସି ରୋଗୀ ଯାହା କହିଲେ, ମୋ ହାତ-ଗୋଡ଼ ବାନ୍ଧି…

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ କି, ଡାକ୍ତର ହେଉଛନ୍ତି କଳିଯୁଗର ଚଳନ୍ତି ଠାକୁର । କିନ୍ତୁ ମେଡିକାଲରେ ରୋଗୀଙ୍କୁ ଜବରଦସ୍ତ ବାନ୍ଧି ସ୍ତ୍ରୀଙ୍କୁ କହିଥିଲେ କି ତୁମ ସ୍ବାମୀ କୋମାକୁ ଚାଲି ଯାଇଛନ୍ତି । ଶ୍ରୀଘ୍ର ଟଙ୍କା ଆଣନ୍ତୁ । ସେ କଥାବାର୍ତ୍ତା କିମ୍ବା ଚେତା ମଧ୍ୟ ଫେରି ପାରୁନାହାନ୍ତି । ଯେଉଁ କାରଣରୁ ସ୍ତ୍ରୀ ଟଙ୍କା ଯୋଗାଡ଼ କରିବା ପାଇଁ ଚାଲିଯାଇଥିଲେ । ମାତ୍ର ସ୍ବାମୀଙ୍କୁ ମେଡିକାଲରେ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି । ଏମିତିକି ସେ ଏକ ଟାଓ୍ବାଲ ପିନ୍ଧି ବାହାରକୁ ପଳେଇ ଆସିଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମଧ୍ୟପ୍ରଦେଶର ରତଲାମ ଅଞ୍ଚଳରୁ ଆସିଛି ଏଭଳି ଖବର । ଜିଡି ହସ୍ପିଟାଲ ରତଲାମ ନାମକ ଏକ ଘରୋଇ ହସ୍ପିଟାଲ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ବଣ୍ଟି ନିନାମା ନାମକ ଜଣେ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ପତ୍ନୀ ଲକ୍ଷ୍ମୀ ଟଙ୍କା ଯୋଗାଡ଼ ପାଇଁ ପରିବାର ଲୋକଙ୍କ ପାଖକୁ ଯାଇଥିଲେ । କିନ୍ତୁ ସ୍ବାମୀ ଯେତେବେଳେ ସ୍ତ୍ରୀଙ୍କୁ ଦେଖିବାକୁ କହିଥିଲେ ମେଡିକାଲ କର୍ମଚାରୀ ତାଙ୍କୁ ବାନ୍ଧି ରଖିଥିଲେ । ପରେ ସ୍ତ୍ରୀ ଆସିବା ପରେ ଉଭୟ ମେଡିକାଲରୁ ସେମିତି ପରିସ୍ଥିତିରେ ଆସିଥିବାବେଳେ ମାର୍ଚ୍ଚ ୩ ତାରିଖରେ ଏମିତି ଘଟଣା ନଜରକୁ ଆସିଥିଲା ।
ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ମେଡିକାଲରେ କୁହାଯାଇଥିଲା ଯେ ତୁମ ସ୍ବାମୀ କୋମାକୁ ଚାଲିଯାଇଛନ୍ତି । ତାଙ୍କର ହୋସ ନଥିବାବେଳେ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଯାଇଛି । ଅପରେସନ ପାଇଁ ଲକ୍ଷେ ଟଙ୍କା ଆବଶ୍ୟକ । ଆଉ ଲକ୍ଷ୍ମୀ ଟଙ୍କା ପାଇଁ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲେ । ମାତ୍ର ଆସି ଦେଖିବାବେଳେ ତାଙ୍କ ହାତ ଗୋଡ଼ ବାନ୍ଧି ଦିଆଯାଇଥିଲେ । ମୋତେ ପ୍ରଥମେ ଲାଗୁଥିଲା କି, ସେ କାଳେ ହଲଚଲ ହେଉଛନ୍ତି ଯେଉଁ କାରଣରୁ ସେମାନେ ଏମିତି କରିଛନ୍ତି । କିନ୍ତୁ ପରେ ଜାଣିବାକୁ ପାଇଥିଲି କି, ସ୍ବାମୀ କହିଥିଲେ କି, ମୋ ହୋସ ଆସିଥିଲା ମୁଁ ଭେଟିବା ପାଇଁ କହିବା ପରେ ମୋତେ ଏମିତି ନିର୍ଯାତନା ଦେଇଥିଲେ ।
ସେପଟେ ଏହି ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ୩ ଜଣିଆ କମିଟି ଗଠନ କରାଯାଇଥିବାବେଳେ ତଦନ୍ତ ଜୋରଦାର ହୋଇଛି । ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହସ୍ପିଟାଲର ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଛି। ହସ୍ପିଟାଲ କର୍ମଚାରୀ ଏବଂ ପରିଚାଳନା ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଯଦି ଏଥିରେ ହସ୍ପିଟାଲ ପରିଚାଳନା ଦୋଷୀ ସାବ୍ୟସ୍ତ ହୁଏ, ତେବେ ନର୍ସିଂ ହୋମ୍ ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ମଧ୍ୟ ଏହି ମାମଲାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଲେ, ଅଭିଯୋଗରେ କେତେ ସତ୍ୟତା ଅଛି ଏବଂ ହସ୍ପିଟାଲର କ’ଣ ଦୋଷ ଅଛି ତାହା ତଦନ୍ତ କରାଯାଉଛି। ଆଇନରେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଅଛି କିନ୍ତୁ ସର୍ତ୍ତ ହେଉଛି ଯେ ଦୋଷୀ କିଏ ତାହା ନିର୍ଣ୍ଣୟ ହେବା ପରେ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଅପେକ୍ଷା କରିବା ଉଚିତ।