ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମିନା
1 min read
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚ ଅଫିସର ଜଗମୋହନ ମିନା । ୨୦୧୧ ବ୍ୟାଚ ଅଫିସର ପିନାକ ମିଶ୍ରଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂଙ୍କ ଉପସ୍ଥିତିରେ ଦାୟିତ୍ୱ ନେଇଛନ୍ତି ଜଗମୋହନ ମିନା । ଦାୟିତ୍ୱ ଗ୍ରହଣ ପରେ ଆଇନଶୃଙ୍ଖଳା, ଭିଭିଆଇପି ସୁରକ୍ଷା, ସାଇବର ଅପରାଧ ରୂପକ ଚ୍ୟାଲେଞ୍ଜକୁ ଗ୍ରହଣ କରାଯିବ ବୋଲି କହିଛନ୍ତି ନୂଆ ଡିସିପି । ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଆଇପିଏସ ଜଗମୋହନ ମିନା । ୧୯୮୯ ମସିହାରେ ରାଜସ୍ଥାନରେ ଜନ୍ମିତ ଜଗମୋହନ ୨୦୧୨ରେ ଆଇପିଏସ ପାଇଥିଲେ । ୨୦୧୩ରେ ସେ କଳାହାଣ୍ଡି ଜିଲ୍ଲାରେ SDPO ଭାବେ କାମ ଆରମ୍ଭ କରିଥିଲେ । ୨୦୧୭ ମସିହାରେ ଏସପି ଭାବେ ମାଲକାନଗିରିରେ କାମ କରିଥିଲେ । ଏହାପରେ ଗଞ୍ଜାମ ଓ କଟକରେ କାମ କରି ନିଜ ପାରଦର୍ଶିତା ପ୍ରତିପାଦିତ କରିପାରିଥିଲେ। ତେବେ ଦାୟିତ୍ୱ ନେବା ପରେ ମହିଳା ଓ ଶିଶୁଙ୍କ ପ୍ରତି ହିଂସାକୁ କମାଇବା ସହ ଟେକ୍ନିକାଲ ଜ୍ଞାନ ଥିବା କନଷ୍ଟେବଳଙ୍କୁ ଥାନାରେ ଗୁରୁତ୍ୱପୂର୍ଣ୍ଣ ଡ୍ୟୁଟି ଦେବା ଦିଗରେ ଫୋକସ କରିଛନ୍ତି ନୂଆ ଡିସିପି ।