ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ-ଅଧିନାୟକଙ୍କ ମଧ୍ୟରେ ଅଛି କି ମତଭେଦ ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ଆକିଲ୍ ଜାଭେଦ ଏବଂ ଅଧିନାୟକ ମହମ୍ମଦ ରିଜଓ୍ବାନଙ୍କ ମଧ୍ୟରେ ଠିକ୍ ଚାଲିଛି । ଏମିତି ଏକ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଚାମ୍ପିୟନ୍ସ ଟ୍ରଫିରୁ ଆୟୋଜକ ପାକିସ୍ତାନ ବାଦ୍ ପଡ଼ିବା ପରେ ଏବେ ଉଭୟଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ପଦାରେ ପଡ଼ିଛି । ମୁଖ୍ୟ ପ୍ରଶିକ୍ଷକ ନିଜର ଜଣେ ପସନ୍ଦର ଖେଳାଳିଙ୍କୁ ଦଳରେ ସ୍ଥାନ ଦେବା ପାଇଁ ଯୁକ୍ତି ବାଢ଼ିଥିଲେ । ଯାହାକୁ ପ୍ରଥମରୁ ବିରୋଧ କରିଥିଲେ ଅଧିନାୟକ ମହମ୍ମଦ ରିଜଓ୍ବାନ । ଏବେ ଦଳର ପରାଜୟ ପରେ ଉଭୟ ଉଭୟଙ୍କ ଉପରେ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି । ତେବେ କୁହାଯାଉଛି କି, ପ୍ରଶିକ୍ଷକ ହିସାବରେ ଯେଉଁ ଖେଳାଳି ଚୟନ ହୋଇଥିଲେ ତାଙ୍କ ଲାଗି ଟିମରେ ଏକତା ରହି ନଥିଲା ବୋଲି କୁହାଯାଉଛି ।
ତେବେ କହି ରଖୁଛୁ କି, ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଭାରତ ଏବଂ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସେମିରୁ ବାଦ୍ ପଡ଼ିଛି । ଦଳର ପରାଜୟ ପରେ ଏବେ ସବୁଠି ସମାଲୋଚନା କରାଯାଉଛି । ଏପରିକି ନିଜ ଦେଶର ପ୍ରଂଶସକ ଏବଂ ପୂର୍ବତନ କ୍ରିକେଟରମାନେ ମଧ୍ୟ ଏହାକୁ ତିବ୍ର ଭାବରେ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ରିଜଓ୍ବାଲ ଖୁସଦିଲ୍ ଶାହଙ୍କୁ ଦଳରେ ସ୍ଥାନ ଦେବାକୁ ଚାହୁଁଥିବାବେଳେ ପ୍ରଶିକ୍ଷକ ଜାଭେଦ ପହିମ ଅଶରଫଙ୍କ ଲାଗି ଯୁକ୍ତି ବାଢ଼ିଥିଲେ । ଯେଉଁ କାରଣରୁ ଟିମରେ ଏବେ ଠିକଠାକ ଚାଲିନଥିବା ପାକିସ୍ତାନୀ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଆକାଲ ଜାଭେଦ ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ନିଜ ଉପରୁ ଦୋଷ କାଢ଼ିବା ପାଇଁ କହିଥିଲେ କି, ଭାରତୀୟ ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଛନ୍ତି । ପାକିସ୍ତାନ ଦଳରେ କେବଳ ବାବରଙ୍କୁ ଛାଡ଼ିଦେଲେ ସେମିତି ଅଭିଜ୍ଞ ଖେଳାଳିଙ୍କ କାରଣରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଯାହାକୁ ନେଇ ଏବେ ସେ ସମାଲୋଚନାର ଶିକାର ହେଉଛନ୍ତି ।