ମହାକୁମ୍ଭ ସାଜିଲା ବରଦାନ, ୪୫ ଦିନରେ କଲେ ୪ଲକ୍ଷ କୋଟିରୁ ଅଧିକ ରୋଜଗାର…

1 min read

ନନ୍ଦିଘୋଷ ବ୍ୟୁରୋ:  ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳାର ୪୫ ଦିନ ପରେ ସମାପ୍ତ ହୋଇଛି ।  ପ୍ରତିଦିନ ଦେଶ- ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିଡ଼ ସଙ୍ଗମ କୂଳରେ ଲାଗୁଥିଲା ।୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ, ୧୦୦ରୁ ଅଧିକ ଦେଶର ଭକ୍ତମାନେ ପ୍ରୟାଗରାଜରେ ପହଞ୍ଚିଥିଲେ। ଯାହା ଦ୍ବାରା ପରିବହନ କ୍ଷେତ୍ରଠାରୁ ଆରମ୍ଭ କରି ଆତିଥ୍ୟ, ପର୍ଯ୍ୟଟନ ପର୍ଯ୍ୟନ୍ତ ଶହ ଶହ କ୍ଷେତ୍ରର ବ୍ୟବସାୟରେ ବିପୁଳ ବୃଦ୍ଧି ଘଟିଛି।

ତେବେ କିଛି ବାଧା ପ୍ରତିବାଧ ପରେ ସରିଛି ଏହି ମହାକୁମ୍ଭ ମେଳା । କେବଳ ଏହି ମହାକୁମ୍ଭ ଉତ୍ତର ପ୍ରଦେଶର ଅର୍ତନୀତିକୁ ଦ୍ବିଗୁଣିତ କରିଦେଇଥିବାର ଆଲୋଚନା କରାଯାଉଛି । ଏହି ମହାକୁମ୍ଭ ଉତ୍ତର ପ୍ରଦେଶର ଅର୍ଥନୀତି ପାଇଁ ସାଜିଛି ଆଶୀର୍ବାଦ ।  ଏକ ରିପୋର୍ଟ ମୁତାବକ ମହାକୁମ୍ଭ ର ୪୫ ଦିନ ଭିତରେ ୬୫ କୋଟି ରୁ ଅଧିକ ଭକ୍ତ ଆସି ପ୍ରୟାଗରାଜ ରେ ପହଞ୍ଚି ବୁଡ଼ ପକାଇଥିଲେ । ଭକ୍ତଙ୍କ ସଂଖ୍ୟା ଆଶା ଠାରୁ ଦୁଥଗୁଣିତ ଥିଲା ବାଳି ପ୍ରକାଶ ପାଇଛି ।

ତେବେ ଏହି ମହାକୁମ୍ଭ ରେ ଯେପରି ଆଶାଠାରୁ ଅଧିକ ଭକ୍ତଙ୍କର ଜନସମାଗମ ହୋଇଥିଲା ସେହିପରି ଆଶା ଠାରୁ ଅଧିକ ପଇସା ମଧ୍ୟ ରୋଜଗାର କରାଯାଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସର ସାଧାରଣ ସମ୍ପାଦକ ଏବଂ ଦିଲ୍ଲୀର ଚାନ୍ଦିନୀ ଚୌକ ଆସନରୁ ଲୋକସଭା ସାଂସଦ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ମହାକୁମ୍ଭକୁ ଆସିଥିବା ବହୁ ସଂଖ୍ୟକ ଭକ୍ତ କାଶୀ, ଅଯୋଧ୍ୟା ଏବଂ ଚିତ୍ରକୂଟରେ ମଧ୍ୟ ପହଞ୍ଚିଥିଲେ। ସେଥିପାଇଁ ଏହି ଐତିହାସିକ ଅଞ୍ଚଳରେ ମୋଟ କାରବାର ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା।

ସେ କହିଛନ୍ତି ଯେ ଆମର ଆକଳନ ଅନୁଯାୟୀ ମହାକୁମ୍ଭ ସମୟରେ ପ୍ରୟାଗରାଜ, ଅଯୋଧ୍ୟା, କାଶୀ, ଚିତ୍ରକୂଟ ଏବଂ ମିର୍ଜାପୁରରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟ ହୋଇଥିଲା। ସେହି ସମୟରେ, କେବଳ ପ୍ରୟାଗରାଜରେ ମହାକୁମ୍ଭ ସମୟରେ, ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ରୋଜଗାର ହୋଇ ଅର୍ଥନୀତି ସୁଦୃଢ ହୋଇଛି । ମହାକୁମ୍ଭ ସମୟରେ, ୟୁପି ସରକାର ୨୫ ହଜାରରୁ ୩୦  ହଜାର କୋଟି ଟଙ୍କା ରାଜସ୍ୱ ରୋଜଗାର କରିଥିଲେ। ରାଜସ୍ବ କରିଥିବା ଟାଙ୍କା ଠାରୁ ଦୁଇଗୁଣା ଲାଭ ମିଳିଥିବାରୁ ସାଧାରଣରେ ଏହାକୁ ନେଇ ଚର୍ଚ୍ଚା ହେଉଛି ।