spot_img

Latest Posts

ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ବଡ଼ ନିଷ୍ପତ୍ତି, ଅବସର ନେଇ ପାରନ୍ତି ଏହି ପାକିସ୍ତାନୀ କ୍ରିକେଟର..

ନନ୍ଦିଘୋଷ ବ୍ୟୁରୋ: ଚମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ ହାରିବା ପରେ ପାକିସ୍ତାନୀ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନିରାଶା ଭାବ ଦେଖିବାକୁ ମିଳିଛି । ଭାରତକୁ ଦୁବାଇରେ ହରାଇ ଇତିହାସ ରଚିବା ଲକ୍ଷ୍ୟରେ ରହିଥିବା ପାକିସ୍ତାନର ସ୍ବପ୍ନକୁ ଧୂଳିସାତ କରିଛି ରୋହିତ ବାହିନୀ । କୋହଲିଙ୍କ ବିରାଟ ଶତକ ବଳରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି । ଯାହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଏବଂ କ୍ରୀଡ଼ା ସମୀକ୍ଷକମାନେ ନିଜ ଦଳର ଖେଳାଳିଙ୍କୁ ସମାଲୋଚନା କରିଛନ୍ତି । ତେବେ ପାକିସ୍ତାନର ପୂର୍ବତନ କ୍ରିକେଟର ରସିଦ ଲତାଫ କହିଛନ୍ତି କି, ଏବେ ଜଣେ ପାକିସ୍ତାନୀ ଅଭିଜ୍ଞ ଖେଳାଳିଙ୍କ ଅବସର ନେବାର ସମୟ ଆସି ଯାଇଛି । ତେବେ ସେ କୌଣସି ଖେଳାଳିଙ୍କ ନାମ ନନେଇ କେବଳ ଇଶାରାରେ କହିଥିଲେ କି, କିଛିଦିନ ମଧ୍ୟ ଜଣେ ଅଭିଜ୍ଞ ଖେଳାଳି ଦଳରୁ ଅବସର ନେବାକୁ ଯାଉଛନ୍ତି । ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ମ୍ୟାଚ ସରିବା ପରେ ସମୀକ୍ଷା କରିବା ଅବସରରେ ଏଭଳି କହିଥିବା ଦେଖିବାକୁ ମିଳିଥିଲା ।

ସେପଟେ ପିସିବିର ଚୟନକର୍ତ୍ତାଙ୍କ ଉପରେ ମଧ୍ୟ କିଛି ସମୀକ୍ଷକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଦଳର ଚୟନକୁ ନେଇ ପ୍ରଥମରୁ ବିବାଦ ଲାଗି ରହିଥିବାବେଳେ ଏବେ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ଏହା ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହ ରସିଦ କହିଛନ୍ତି କି, ୧୫ ବର୍ଷ ମଧ୍ୟରେ ମୁଁ ମାତ୍ର ୨ଥର ଖୁସି ହୋଇଛି । ୨୦୦୯ ମସିହାରେ ପାକିସ୍ତାନ ଯେବେ ଟି-୨୦ ବିଶ୍ବକପ ଜିତିଥିଲା ଏବଂ ୨୦୧୭ରେ ଯେବେ ଚମ୍ପିୟନ୍ସ ଟ୍ରଫି ଜିତିଥିଲା ସେହି ସମୟରେ ଖୁସି ଅନୁଭବ କରିଥିଲି । ତାଙ୍କ ମତରେ, କୌଣସି ଚୟନ ଯୋଗ୍ୟତା ଉପରେ ଆଧାରିତ ନ ଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।

ଲତିଫ୍ କହିଥିଲେ, ‘ଯେତେବେଳେ ତୁମର ଅଧ୍ୟକ୍ଷ ଯୋଗ୍ୟତା ଅନୁସାରେ ମନୋନୀତ ହୁଅନ୍ତି, ସେତେବେଳେ ଯୋଗ୍ୟତା ଆସିଥାଏ।’ ଯେତେବେଳେ ସମାନମାନଙ୍କୁ ଯୋଗ୍ୟତା ଆଧାରରେ ଚୟନ କରାଯାଏ ନାହିଁ, ସେତେବେଳେ ଆପଣ ସମାନ ଫଳାଫଳ ଦେଖିବେ। ଯେଉଁମାନେ ପିସିବି ଅଧ୍ୟକ୍ଷଙ୍କ ସହ କାମ କରୁଛନ୍ତି ସେମାନଙ୍କର କ୍ରିକେଟ୍ ସହିତ କୌଣସି ସମ୍ପର୍କ ନାହିଁ। ତୁମେ ଏକ ଷ୍ଟାଡିୟମ ତିଆରି କରିପାରିବ, କିନ୍ତୁ ତୁମେ ଖେଳ ବିଷୟରେ କିଛି ଜାଣି ନାହଁ। ଏହା ଗୁରୁତ୍ୱପୂର୍ଣ୍ଣ ଯେ ଯୋଗ୍ୟତା ଉପରୁ ଆସିବ।

Latest Posts

Don't Miss