୨୪ ଛକା, ୪୪୦ ଉପରେ ସ୍କୋର: ନେଇ ସାରିଛନ୍ତି ଅବସର, ତଥାପି ଖେଳ ଦେଖିଲେ ଆପଣ ବି କହିବେ..

ନନ୍ଦିଘୋଷ ବ୍ୟୁରୋ: ଇଣ୍ଟର ନ୍ୟାସନାଲ ମାଷ୍ଟରର୍ସ ଲିଗ୍ ୨୦୨୫ ଆରମ୍ଭ ହୋଇଯାଇଛି । ଯେଉଁଥିରେ ୬ଟି ଦେଶର କିମ୍ବଦନ୍ତୀ କ୍ରିକେଟରମାନେ ଖେଳୁଥିବାବେଳେ ପ୍ରଥମ ମ୍ୟାଚରୁ ଭାରତୀୟ ଦଳ ବିଜୟ ହାସଲ କରିଛି । ସଚିନଙ୍କ ନେତୃତ୍ବାଧିନ ଦଳ ଏକ ରୋମାଞ୍ଚକ ବିଜୟ ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ ଖେଳାଯାଇଥିବାବେଳେ ୨ଟି ପାଳିରେ ୨୪ରୁ ଅଧିକ ଛକା ଦେଖିବାକୁ ମିଳିଥିଲା । କିମ୍ବଦନ୍ତୀ କ୍ରିକେଟରଙ୍କ ବ୍ୟାଟ ଆଜି ମଧ୍ୟ ଚମକୁଥିବା ଦେଖିବାକୁ ମିଳିଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ବିନ୍ନି, ୟୁସୁଫ ଏବଂ ଯୁବରାଜଙ୍କ ଘାତକ ବ୍ୟାଟିଂ ବଳରେ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୨୨ ରନ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଶ୍ରୀଲଙ୍କା ୨୧୮ ରନ କରିଥିଲା । ଏହି ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆଉ କିମ୍ବଦନ୍ତୀଙ୍କ କ୍ରିକେଟରଙ୍କ ଖେଳକୁ ଦେଖି ସୋସିଆଲ ମିଡିଆରେ ୟୁଜର୍ସମାନେ ଭଲ ଭଲ କମେଣ୍ଟମାନ କରୁଥିବା ଦେଖିବାକୁ ମିଳୁଛି । ସେପଟେ ଷ୍ଟାଡିୟମରେ ମଧ୍ୟ ଖେଳ ସମୟରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା ।