ନିୟନ୍ତ୍ରଣ ହରାଇ ଗଭୀର ଖାଇ ମଧ୍ୟକୁ ଖସିଲା ବସ: ୧୫ ଯାତ୍ରୀ ଆହତ

ଜମ୍ମୁ: କଟରାରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଅମ୍ପଫଲ୍ଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ନିୟନ୍ତ୍ରଣ ହରାଇ ସଡ଼କରୁ ଖସି ଗଭୀର ଖାଇ ମଧ୍ୟକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ଅନୁସାରେ, ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସ୍ଥାନୀୟ ପ୍ରଶାସନ ଘଟଣାର ଯାଞ୍ଚ କରିବା ସହ ଆହତଙ୍କ ପରିବାରଙ୍କୁ ସୂଚନା ଦେଉଛନ୍ତି ।