spot_img

Latest Posts

କିଶୋର ଓ କିଶୋରୀଙ୍କ ପ୍ରେମରେ ପ୍ରତିବନ୍ଧକ ପଡିବା ଉଚିତ୍ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ କିଶୋର ଓ କିଶୋରୀଙ୍କ ପ୍ରେମ ସମ୍ପର୍କକୁ ସାହାର୍ଯ୍ୟ କରିବେ ହାଇକୋର୍ଟ । ପ୍ରେମ ସମ୍ପର୍କରେ ଆଉ ଆସିବନି ବାଧାବିଘ୍ନ । ଯୁବକ ଓ ଯୁବତୀଙ୍କ ପ୍ରେମ ସପକ୍ଷରେ ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ । କିଶୋର ଓ କିଶୋରୀଙ୍କ ପ୍ରେମରେ ପ୍ରତିବନ୍ଧକ ପଡିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କିଶୋର ଓ କିଶୋରୀଙ୍କ ସହମତିରେ ପ୍ରେମ ସମ୍ପର୍କକୁ ଅପରାଧୀକ କରାଯାଇପାରିବ ନାହିଁ । ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଜଷ୍ଟିସ୍ ଜସମିତ ସିଂହଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯାଇଛି ।

ସୂଚନା ଅନୁଯାୟୀ, ନିକଟରେ, ଏକ ମାମଲାର ଶୁଣାଣି ସମୟରେ, ଦିଲ୍ଲୀ ହାଇକୋର୍ଟ କିଶୋର ଓ କିଶୋରୀଙ୍କ ପ୍ରେମ ସମ୍ପର୍କରେ ସ୍ୱାଧୀନତା ରହିବା ଉଚିତ ବୋଲି କହିଥିଲେ। ଏହି ବିଷୟରେ ଆଲୋଚନା କରି ଜଷ୍ଟିସ୍ ଜସମିତ ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଯେ, କିଶୋର ଅବସ୍ଥାରେ ପୁଅ ଏବଂ ଝିଅଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନକୁ ମଧ୍ୟ ଏକ ଅପରାଧ ବୋଲି କୁହାଯାଏ ଏହାସହ POCSO ଆଇନ ଅନୁଯାୟୀ ଏହାକୁ ଅପରାଧ ବୋଲି ବିବେଚନା କରାଯାଏ। ଏହି ପ୍ରସଙ୍ଗରେ ବିଚାରପତି ମତ ଦେଇଥିଲେ ଯେ, ଯୁବାବସ୍ଥାରେ ପୁଅ ଏବଂ ଝିଅଙ୍କ ମଧ୍ୟରେ ପ୍ରେମକୁ ଗ୍ରହଣ କରିବା ପାଇଁ ଆଇନ ବିକଶିତ ହେବା ଉଚିତ ।

ବିଚାରପତି କହିଥିଲେ, ମୁଁ ବିଶ୍ୱାସ କରେ ଯେ ସମାଜ ଏବଂ ଆଇନ ଉଭୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ପର୍କରେ ରହିବାର ଅଧିକାର ଉପରେ ଗୁରୁତ୍ୱ ଦେବା ଉଚିତ। ସେ ଆହୁରି କହିଥିଲେ ଯେ ଏହି ସମ୍ପର୍କଗୁଡ଼ିକ ଏପରି ହେବା ଉଚିତ ଯେ ସମ୍ପର୍କରେ କୌଣସି ପ୍ରକାରର ଶୋଷଣ କିମ୍ୱା ଦୁର୍ବ୍ୟବହାର ନହୁଏ ।

ଯୁବକମାନଙ୍କ ପ୍ରେମକୁ ସମର୍ଥନ କରି ବିଚାରପତି କହିଥିଲେ, ପ୍ରେମ ଏକ ଅଭିଜ୍ଞତା ଯାହା ପ୍ରତ୍ୟେକଙ୍କ ପାଖରେ ରହିବା ଉଚିତ, ଏହା ଏକ ମୌଳିକ ଅଭିଜ୍ଞତା। କିଶୋରମାନଙ୍କର ଭାବପ୍ରବଣ ସମ୍ପର୍କ ଗଠନ କରିବାର ଅଧିକାର ଅଛି। ଏହି ସମ୍ପର୍କଗୁଡ଼ିକୁ ସ୍ୱୀକାର ଏବଂ ସମ୍ମାନ କରିବା ପାଇଁ ଆଇନକୁ ବିକଶିତ ହେବାକୁ ପଡିବ। ଏହି ସମ୍ପର୍କଗୁଡ଼ିକୁ ଗ୍ରହଣ କରିବାର ସର୍ତ୍ତ ହେଉଛି ଯେ ସେଗୁଡ଼ିକ ସହମତିରେ ଗଠିତ ହେବା ଉଚିତ ଏବଂ ଏଥିରେ କୌଣସି ପ୍ରକାରର ଜବରଦସ୍ତି ହେବା ଉଚିତ୍ ନୁହେଁ। କିଶୋର ସମ୍ପର୍କ ସହ ଜଡିତ ମାମଲାରେ, ଦଣ୍ଡ ଅପେକ୍ଷା ବୁଝାମଣାକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି।

Latest Posts

Don't Miss