ଚାଲିଲାନି ବ୍ୟାଟ୍ ତଥାପି ବଡ଼ ରେକର୍ଡ କଲେ ବାବର ଆଜମ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଷ୍ଟାର କ୍ରିକେଟର ବାବର ଆଜମ ଦିନିକିଆରେ ଏକ ବଡ଼ ରେକର୍ଡ କରିଛନ୍ତି । ଯଦିଓ ଯେଉଁ ମ୍ୟାଚରେ ସେ ଏହି ରେକର୍ଡ କରିଛନ୍ତି ତାଙ୍କ ବ୍ୟାଟ୍ ଶାନ୍ତ ରହିଥିଲା କିନ୍ତୁ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି ବାବର । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବାବର ମାତ୍ର ୨୯ ରନ କରିଥିଲେ । କିନ୍ତୁ ସେ ଦିନିକିଆରେ ଦୃତତମ ୬ହଜାର ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ଏହି ତାଲିକାରେ ଶୀର୍ଷରେ ରହିଥିଲେ ହାସିମ ଆମଲା । ସେ ୧୨୩ ପାଳିରୁ ୬ ହଜାର ରନ ପୂରଣ କରିଥିବାବେଳେ ଏବେ ଏହି ରେକର୍ଡ ନିଜ ନାମରେ କରିଛନ୍ତି ବାବର ଆଜମ  । ସେପଟେ ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ, ସେ ୧୩୬ ପାଳିରେ ଏହି ରେକର୍ଡ କରିଥିବାବେଳେ ଚତୁର୍ଥ ସ୍ଥାନରେ କେନ ଓ୍ବିଲିୟମସନ ଏବଂ ପଞ୍ଚମରେ ରହିଛନ୍ତି ଡେଭିଡ୍ ଓ୍ବାର୍ଣ୍ଣର ।

ତେବେ ବାବରଙ୍କୁ ଏହି ରନ କରିବା ପାଇଁ ମାତ୍ର ୧୦ ରନ ଆବଶ୍ୟକ ରହିଥିଲା । ମାତ୍ର ସେ ୨୯ ରନ କରିଥିବାବେଳେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । କିନ୍ତୁ ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବାରମ୍ବାର ନିରାଶ କରୁଛନ୍ତି । ଆଗକୁ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାକୁ ଯାଉଛି । ଆଉ ଏଭଳି ବ୍ୟାଟିଂ ଦଳକୁ ବହୁ ବିପର୍ଯ୍ୟୟ ସାମନା କରିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।