ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଚୋର ଧରାପଡ଼ିଲା
![](https://nandighoshatv.com/wp-content/uploads/2025/02/Niranjan-Thief-1024x576.jpg)
ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା । ବିଜୟୱାଡାରୁ ଚୋରକୁ ଧରିଲା ସ୍ପେଶାଲ ସ୍କ୍ବାଡ। ସପ୍ତାହେ କାଳ ରାଜ୍ୟ ବାହାରେ ଡେରା ପକାଇବା ପରେ ଧରାପଡ଼ିଲା ଚୋର । ଆଜି କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ । ଟ୍ରାଞ୍ଜିଟ ରିମାଣ୍ଡରେ ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯାଉଛି । ତେବେ ଜବତ ଟଙ୍କା ଓ ସୁନା ହୀରା ଅଳଙ୍କାର ନେଇ କୌଣସି ସୂଚନା ମିଳିନାହିଁ । ଜାନୁଆରୀ ୨୫ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଭିଆଇପି କଲୋନୀ ସ୍ଥିତ ଘରୁ ହୋଇଥିଲା ଚୋରି। ସୁରକ୍ଷା କର୍ମୀଙ୍କୁ ମାତ୍ ଦେଇ ଚୋର ଦ୍ୱିତୀୟ ମହଲାକୁ ଯାଇ ନେଇଯାଇଥିଲା ୫୦ ଲକ୍ଷର ଅଳଙ୍କାର ଓ ନଗଦ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ଚୋରକୁ ଧରିବା ପାଇଁ ସ୍ପେଶାଲ ଟିମ ଗଠନ ହୋଇଥିଲା । ନିଜେ ପୋଲିସ କମିଶନରଙ୍କ ସହ ଟୁଇନ ସିଟି ଡିସିପି ନିରଞ୍ଜନଙ୍କ ଘର ପରିଦର୍ଶନ କରିଥିଲେ ।