ସହରାଞ୍ଚଳରେ ବେଆଇନ ନିର୍ମାଣ ନେଇ ସରକାରଙ୍କ କଠୋର ନିଷ୍ପତ୍ତି

ଭୁବନେଶ୍ୱର: ସର୍ବକ୍ଷମା ଅବଧି ଆଉ ବଢ଼ିବ ନାହିଁ । ସହରାଞ୍ଚଳରେ ବେଆଇନ ନିର୍ମାଣ ନେଇ ସରକାର ଏମିତି ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ଫେବ୍ରୁଆରୀ ୫ତାରିଖ ପରଠାରୁ ନିୟମକୁ କଡ଼ାକଡ଼ି ଲାଗୁ କରାଯିବ । ସହରାଞ୍ଚଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଯେକୈାଣସି କୋଠାକୁ ସର୍ବକ୍ଷମା ସୁବିଧା ମିଳିବ ନାହିଁ । ବରଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

୨୦୧୮ ଜୁନ ୨୦ ତାରିଖରେ ସର୍ବକ୍ଷମା ନିୟମ ଲାଗୁ ହୋଇଥିଲା। ଶେଷ ତାରିଖ ଥିଲା ୨୦୧୯ ଜୁନ୍‌ ୧୯ । ପରେ ଏହି ଅବଧିକୁ ଅଧିକ ୬ ମାସ ବୃଦ୍ଧି କରାଯାଇଥିଲା। ଫେବୃୟାରୀ ୫ତାରିଖ ପରଠାରୁ ନିୟମ କଡ଼ାକଡ଼ି ଲାଗୁ ହେବ । ରାଜ୍ୟର ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ, ଆଞ୍ଚଳିକ ବିକାଶ ପରିଷଦ, ପୌରସଂସ୍ଥା ଅଧୀନରେ ଥିବା ନିର୍ମାଣ ପାଇଁ ଏହି ନିୟମ ଉଦ୍ଦିଷ୍ଟ । ଏସବୁ ଅଞ୍ଚଳ ପାଇଁ ଜରିମାନା ବାବଦ ଟଙ୍କା ପୃଥକ୍‌ ପୃଥକ୍‌ ଧାର୍ଯ୍ୟ କରାଯାଇଛି ।

Leave a Reply