ସୁପରଷ୍ଟାର୍ସଙ୍କ ସନ୍ତାନମାନେ ବଲିଉଡରେ ସୁପର ଫ୍ଲପ: ବାପା ସଫଳତାର ଶୀର୍ଷରେ ଥିଲେ, ଷ୍ଟାର କିଡସ୍ କିନ୍ତୁ ପଛରେ

ସାଧାରଣ ଭାବେ ପିତାମାତାଙ୍କ ଗୁଣ ସେମାନଙ୍କର ସନ୍ତାନଙ୍କର ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି କୁହାଯାଇଥାଏ । ତେବେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ କିଡସଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ସାଜିଥାଏ । ବଲିଉଡରେ ଏପରି ଅନେକ ଫ୍ୟାମିଲି ରହିଛନ୍ତି, ଯେଉଁମାନଙ୍କର ପରବର୍ତ୍ତୀ ପୀଢ଼ି ପୂର୍ବ ପୀଢ଼ିଙ୍କ ତୁଳନାରେ ପଛରେ ପଡ଼ିଥିବା ଦେଖାଯାଉଛି । କିଛି ଷ୍ଟାର କିଡସ୍ ନିଜ ଦମରେ ଇଣ୍ଡଷ୍ଟ୍ରିରେ ସେପରି କିଛି ନାଁ କରିପାରିନାହାନ୍ତି । ଏହି ଲିଷ୍ଟରେ ଅନେକ ଅଭିନେତା ଓ ଅଭିନେତ୍ରାଙ୍କ ନାମ ସାମିଲ ରହିଛି । ବଲିଉଡ ଫିଲ୍ମରେ ଅନେକ ପରିବାରର ଏକାଧିକ ଜେନେରେସନ ପାଦ ଥାପିବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମାତ୍ର ସେମାନଙ୍କର ପରବର୍ତ୍ତୀ ପୀଢ଼ି ସମ୍ପୂର୍ଣ୍ଣ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି । କିଛି ଷ୍ଟାର କିଡସ ସୁପରହିଟ ଫିଲ୍ମ ଦେଇ ନିଜର ଅଲଗା ପରିଚୟ ସୃଷ୍ଟି କରିପାରିଥିବା ବେଳେ ଆଉ କିଛି ଗ୍ଲାମର ଦୁନିଆରୁ ଉଭେଇ ଯାଇଛନ୍ତି । ପିତାମାତା ଯେତିକି ଲୋକପ୍ରିୟ ଥିଲେ ସେମାନଙ୍କର ସନ୍ତାନମାନେ ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଯାଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଅଧ୍ୟୟନ ସୁମନ: ପପୁଲାର ଅଭିନେତା, ନିର୍ଦ୍ଦେଶକ ଓ ହୋଷ୍ଟ  ଭାବେ ବେଶ ଜଣାଶୁଣା ଶେଖର ସୁମନ ନିଜ କ୍ୟାରିୟର ଆରମ୍ଭରୁ ଅନେକ ଶାନଦାର ଫିଲ୍ମ କରିଥିଲେ । ପରବର୍ତ୍ତୀ ସମୟରେ ସେ ଡାଇରେକ୍ସନରେ ପାଦ ଥାପିଥିଲେ ଓ ତା’ପରେ ଟିଭି ଶୋ ହୋଷ୍ଟ କରିବା ସହ ଜଜ ହୋଇଥିଲେ । ତେବେ ତାଙ୍କର ପୁଅ ଅଧ୍ୟୟନଙ୍କ କଥା ଯଦି ବିଚାର କରିବା, ତେବେ ସେ ପିତାଙ୍କ ପରି ସଫଳତା ପାଇ ପାରିନଥିଲେ । ଅଧ୍ୟୟନ ‘ହାଲ ଏ ଦିଲ’ ଜରିଆରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ତା’ପରେ ସେ ଏକାଧିକ ଫିଲ୍ମରେ କାମ କରିଥିଲେ, ମାତ୍ର ବାପାଙ୍କ ପରି ସେ ଲୋକଙ୍କ ହୃଦୟରେ ଛାପ ଛାଡ଼ିପାରି ନଥିଲେ ।

ଫରଦୀନ ଖାନ: ବଲିଉଡର ଡେଶିଂ ଆକ୍ଟର ଫିରୋଜ ଖାନଙ୍କ ପୁତ୍ର ଫରଦୀନ ଖାନ । ଫିରୋଜ ନିଜର ଆକ୍ଟିଂ ସହିତ ଚାର୍ମ ଦ୍ବାରା ସମସ୍ତଙ୍କୁ ଇମ୍ପ୍ରେସ କରିପାରୁଥିଲେ । ୯୦ ଦଶକରେ ଫରଦୀନ ବଲିଉଡର ଚକୋଲେଟ ବୟ ଥିଲେ । ସେ ନିଜର ପର୍ସନାଲିଟି ଜରିଆରେ ଫିମେଲ ଫ୍ୟାନଙ୍କ ଦିଲ ଜିତି ପାରିଥିଲେ । ମାତ୍ର ବକ୍ସ ଅଫିସରେ ସଫଳତା ପାଇ ପାରିନଥିଲେ ।

ଈଶା ଦେଓଲ: ହେମା ମାଳିନୀ ବଲିଉଡର ମୋଷ୍ଟ ସକ୍ସେସଫୁଲ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ତାଙ୍କୁ ଡ୍ରୀମ ଗାର୍ଲ କୁହାଯାଇଥାଏ । ଧର୍ମେନ୍ଦ୍ରଙ୍କୁ ବିବାହ କରିବା ପରେ ତାଙ୍କର ଝିଅ ଈଶା ଜନ୍ମ ନେଇଥିଲେ । ଈଶାଙ୍କ ଫିଲ୍ମ ଭଲ ଚାଲିନଥିଲା । ଫଳରେ ତାଙ୍କର ଫେମ ବଲିଉଡରୁ ଅଦୃଶ୍ୟ ହୋଇଯାଇଥିଲା ।

କୁମାର ଗୌରବ: ବଲିଉଡର ବିଶିଷ୍ଟ ଅଭିନେତା ରାଜେନ୍ଦ୍ର କୁମାରଙ୍କ ପୁଅ କୁମାର ଗୌରବ ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ । ମାତ୍ର ତାଙ୍କର ଫେମ ବେଶିଦିନ ପର୍ଯ୍ୟନ୍ତ ଚାଲିନଥିଲା । ସଫଳତା ପାଇବା ପରେ ସେ କିଛି ଅଭିନେତ୍ରୀଙ୍କ ସହ କାମ କରିବାକୁ ମନା କରିଦେଇଥିଲେ । ଧୀରେଧୀରେ ତାଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା ଓ କ୍ୟାରିୟର ଡୁବି ଯାଇଥିଲା ।

କରଣ କପୁର: କପୁର ଖାନଦାନର ଅନେକ ତାରକା ବଲିଉଡରେ  ଭାଗ୍ୟ ପରୀକ୍ଷା କରିଥିଲେ । ଶଶି କପୁରଙ୍କ ପୁଅ କରଣ କପୁର ବାପାଙ୍କ ପରି ସଫଳତା ପାଇବା ଲକ୍ଷ୍ୟରେ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ସବୁଠାରୁ ବଡ଼ କଥା ହେଉଛି, ଗୌରବ ଇଣ୍ଡଷ୍ଟ୍ରିକୁ କେବେ ଆସିଲେ ଓ କେବେ ଚାଲିଗଲେ ତାହା କାହାକୁ ଜଣାନଥିଲା । ଗୌରବ ‘ଜୁନୁନ’ ଫିଲ୍ମରେ ଡେବ୍ୟୁ କରିଥିବା ବେଳେ ତାହା ଫ୍ଲପ ସାବ୍ୟସ୍ତ ହୋଇଥିଲା । ୫ଟି ଫିଲ୍ମ କରିବା ପରେ ଅଭିନୟ ପ୍ରତି କରଣଙ୍କ ମନ ଭରିଯାଇଥିଲା ଓ ସେ ବିଦେଶ ଚାଲିଯାଇଥିଲେ ।