ଘର ଭିତରେ ପଶିଲା ବିଏମଡବ୍ଲୁ କାର
![](https://nandighoshatv.com/wp-content/uploads/2025/02/bmw-1024x576.jpg)
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ୟୁନିଟ ୪ ରେ ବିଏମଡବ୍ଲୁ କାର୍ ଦୁର୍ଘଟଣାଗ୍ରସ୍ତ । ଶାସ୍ତ୍ରୀ ନଗର ଅଞ୍ଚଳରେ ବ୍ୟାରିକେଡ୍ ଭାଙ୍ଗି ଘରେ ପଶିଗଲା ଗାଡ଼ି । ରାତି ଅଧରେ ଘଟିଲା ଦୁର୍ଘଟଣା । ୟୁନିଟ ୪ ଅଞ୍ଚଳରେ ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ରାସ୍ତାରେ ଦ୍ରୁତ ଗତିରେ ଆସି ଏକ କାର ରାସ୍ତାରେ ହୋଇଥିବା ବ୍ୟାରିକେଡ୍ ଭାଙ୍ଗି ଘରେ ପଶିଯାଇଥିଲା । ରାତିରେ ସମସ୍ତେ ଶୋଇଥିବା ବେଳେ ଦୁର୍ଘଟଣାରୁ ଘଟିଥିବାରୁ ଘରଲୋକେ ଅଳ୍ପକେ ବଞ୍ଚି ଯାଇଥିବା କହିଛନ୍ତି । ତେବେ ଗାଡ଼ିଟିର ସମସ୍ତ ବେଲୁନ ବାହାରି ଯାଇଛି ଓ ଗାଡି ମାଲିକ ବର୍ତ୍ତି ଯାଇଛନ୍ତି । ଏହାକୁ ଦେଖିଲେ ଅନୁମାନ କରିହେଉଛି ଗାଡ଼ି କେତେ ବେଗରେ ଆସୁଥିଲା।