ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ

1 min read

ନନ୍ଦିଘୋଷ ବ୍ୟୁରୋ: ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ । ଡାବୁଗାଁ ବିଧାୟକ ତଥା ବିଧାନସଭା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ମନୋହର ରନ୍ଧାରୀଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ଛଅ ଜଣିଆ କମିଟି। ଯେଉଁଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, କୋଟପାଡ ବିଧାୟକ ରୁପୁ ଭତରା, ଗଜପତି ବିଧାୟକ ଦାଶରଥୀ ଗମାଙ୍ଗ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, କୋରାପୁଟ ବିଧାୟକ ରଘୁରାମ ମାଛ ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ହଷ୍ଟେଲ ବୁଲି ଦେଖିବା ସହ ପରିଚାଳନା ବ୍ୟବସ୍ଥା ତଦାରଖ କରିଛନ୍ତି। ଏଥି ସହିତ ନବରଙ୍ଗପୁର ମିଶନ ଶକ୍ତି ହଲ ଠାରେ ବିଧାନସଭା ଷ୍ଟାଣ୍ଡିଂ କମିଟି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାରେ ଅନୁସୂଚିତ ଜାତି ଜନଜାତି ବିଭାଗ, MSME ସହ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ଜିଲ୍ଲାରେ ବିଭିନ୍ନ ଯୋଜନାରେ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକରେ ଶିକ୍ଷା ବ୍ୟବସ୍ଥା ଓ ଆନୁସଙ୍ଗିକ ଭିତ୍ତିଭୂମି ଉନ୍ନତ କରିବା ପାଇଁ କମିଟି ସଦସ୍ୟ ଗୁରୁତ୍ୱାରୋପ କରିଛନ୍ତି। ଆର୍ଥିକ ବର୍ଷ ମଧ୍ୟରେ ବାକି ରହିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କରି ବକେୟା ଅନୁଦାନ ଖର୍ଚ୍ଚ ପାଇଁ କମିଟି ନିର୍ଦ୍ଦେଶ ଦେଇଛନ୍ତି।