ଶାଶୂ ଡେନିସଙ୍କ ଆଗରେ ଫିକା ପଡିଲେ ପ୍ରିୟଙ୍କା
ନନ୍ଦିଘୋଷ ବ୍ୟୁରୋ: ବଲିଉଡ୍ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ଶାଶୁଘର ପରିବାର ସହ ଭାରତ ଆସିଛନ୍ତି । ଭାଇ ସିଦ୍ଧାର୍ଥଙ୍କ ବାହାଘରରେ ସାମିଲ ହୋଇଛନ୍ତି ପ୍ରିୟଙ୍କା ଏବଂ ତାଙ୍କର ପୁରା ପରିବାର । ସିଦ୍ଧାର୍ଥ ଏବଂ ନୀଲମଙ୍କ ବିବାହ ସମାରୋହକୁ ବହୁତ ଉପଭୋଗ କରୁଛନ୍ତି ପ୍ରିୟଙ୍କା। ସୋସିଆଲ ମିଡିଆରେ ବିବାହ ସମାରୋହର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ଏବଂ ଶାଶୂ ଡେନିସ ଓ ଶଶୂର କେବିନ ଜୋନସଙ୍କ ସହିତ ନଜର ଆସିଛନ୍ତି । ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ଏବଂ ଅନ୍ୟ ୟୁଜର୍ସ କହିଛନ୍ତି ଯେ, ପ୍ରିୟଙ୍କାଠୁ ବି ସୁନ୍ଦର ତାଙ୍କ ଶାଶୂ । ଡେନିସ୍ ସୁନ୍ଦରତାରେ ପ୍ରିୟଙ୍କାକୁ ବି ପଛରେ ପକାଇ ଦେିଛନ୍ତି ।
ପ୍ରିୟଙ୍କା ତାଙ୍କ ଭାଇଙ୍କ ସଙ୍ଗୀତ ସମାରୋହରେ ତାଙ୍କ ସ୍ୱାମୀଙ୍କ ସହ ଅନେକ ଫଟୋ କ୍ଲିକ୍ କରିଥିଲେ । ଏହି ସମୟରେ, ଦମ୍ପତି ବ୍ଲୁ ମେଚିଂ ଆଉଟଫିଟ ସହ ନଜର ଆସିଥିଲେ ।
ଡେନିସଙ୍କୁ ୫୮ ବର୍ଷ ବୟସ ହୋଇଥିବା ବେଳେ ସେ ନିଜକୁ ଫିଟ୍ ରଖିଛନ୍ତି । ଡେନିସଙ୍କୁ ଦେଖି ସମସ୍ତଙ୍କ ହୋସ୍ ଉଡିଯାଇଛି। କେହି କେହି କମେଣ୍ଟରେ ଲେଖିଛନ୍ତି ଯେ, ଡେନିସ୍ ପ୍ରିୟଙ୍କାକ ଭଉଣୀ ଭଳି ଦେଖାଯାଉଛନ୍ତି। ଆଉ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି, ‘ସେ ପ୍ରିୟଙ୍କାଙ୍କୁ ସୁନ୍ଦରତାରେ ମାତ୍ ଦେବେ । ଅନ୍ୟ ଜଣେ ଲେଖିଛନ୍ତି, ‘ଦେଶୀ ଲୁକ୍ ହେଉ କି ପାଶ୍ଚାତ୍ୟ ଲୁକ୍, ଡେନିସ୍ ପ୍ରତ୍ୟେକ ଶୈଳୀରେ ସୁନ୍ଦର ଦେଖାଯାଉଛନ୍ତି।’