ଭିଜିଲାନ୍ସ ଜାଲରେ ବଡ଼ ଅଧିକାରୀ, ୭ଟି ସ୍ଥାନରେ ଏକକାଳୀନ ଚଢାଉ
ମାଲକାନଗିରି : ଭିଜିଲାନ୍ସ ଜାଲରେ ବଡ଼ ଅଧିକାରୀ। ମାଲକାନଗିରି ଜଳ ବିଭାଜିକା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଜବତ ହେଲା ଦେଢ କୋଟିରୁ ଅଧିକ ଟଙ୍କା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ କରିଛି ଭିଜିଲାନ୍ସ । ଜୟପୁର ପାଓ୍ବାର ହାଉସ ଘର ସମେତ ୭ଟି ସ୍ଥାନରେ ଚଢାଉ ଜାରି ରହିଛି । ମାଲକାନଗିରିର ୪ଟି ସ୍ଥାନ ସହ ଭୁବନେଶ୍ୱର, କଟକରେ ବି ଚାଲିଛି ରେଡ୍ । ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ ହୋଇଛି । ମାଲକାନଗିରି ଜିଲ୍ଲାର ସହକାରୀ କୃଷି ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳ ଓ କଣ୍ଟ୍ରାକ୍ଚୁଆଲ ଷ୍ଟାଫ ଅମିୟକାନ୍ତ ସାହୁଙ୍କ ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ଚଢାଉ । କଟକ ବିଲସାହି ନୂଆପଡା, ଭୁବନେଶ୍ବର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିସ୍ଥିତ ଶାନ୍ତନୁଙ୍କ ଘରେ ଏହି ରେଡ ହୋଇଛି।